ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତ ଅଧୀନ ନିଶ୍ଚନ୍ତା ଗ୍ରାମର ରଶ୍ମିତା ତ୍ରିପାଠୀ ନାମ୍ନୀ ଜଣେ ବଧୂକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପୋଲିସ ଏହି ଘଟଣାରେ କେସ ନମ୍ବର ୨୮୧/୨୦ ରେ ମକଦ୍ଦମା ରୁଜୁକରି ମୃତ ରଶ୍ମିତାଙ୍କ ସ୍ୱାମୀ ତାପସ ତ୍ରିପାଠୀଙ୍କୁ ଗିରଫ କରିଛି।ଘଟଣାରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳର ଦୁର୍ଗାପ୍ରସାଦ ଆଚାରୀଙ୍କ ଝିଅ ରଶ୍ମିତାଙ୍କୁ ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତ ନିଶ୍ଚନ୍ତା ଗ୍ରାମର ସୁରେନ୍ଦ୍ର ତ୍ରିପାଠୀଙ୍କ ପୁଅ ତାପସ ବୈଦିକ ରୀତିରେ ୧୦ବର୍ଷ ତଳେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା।ପରେ ଅଧିକ ଯୌତୁକ ଦାବିକରି ରଶ୍ମିତାଙ୍କୁ ଶାଶୁଘରଲୋକେ ବିଭିନ୍ନ ନିର୍ଯ୍ୟାତନା ଦେଉଥିଲେ।ମଙ୍ଗଳବାରଦିନ ରଶ୍ମିତା ରଶି ଲଗାଇ ମୃତ୍ୟୁବରଣ କରିଥିବା ତାଙ୍କ ବାପାଘରଲୋକେ ଖବର ପାଇଥିଲେ।ରଶ୍ମିତାଙ୍କୁ ଶାଶୁଘରଲୋକେ ହତ୍ୟାକରିଥିବା ମୃତ ରଶ୍ମିତାଙ୍କ ମା ଦୁଲଣୀ ଆଚାରୀ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

Share Now:

Kalinga News Beuro

Next Post

ମିଛ ପ୍ରଚାରରେ ବିଜେପି ସୀମା ଟପୁଛି: ବିଜେଡି

Fri Jul 31 , 2020
ଭୁବନେଶ୍ୱର : ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଅଭିଯୋଗର ଜବାବ ଦେଇଛି ବିଜେଡି। ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନବାଡ଼ି କର୍ମୀ, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୁଲିସ ଓ ସରକାରୀ କର୍ମଚାରୀମାନେ କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବା […]
ମିଛ ଖବର ପ୍ରଚାରରେ ବିଜେପି ସୀମା ଟପୁଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial