୨ ଭାଇଙ୍କ ମୁଣ୍ଡକୁ ଖଣ୍ଡାରେ ହାଣି ଆତଙ୍କ ଖେଳାଇଲେ ଫାଇନାନ୍ସ କର୍ମଚାରୀ

୨ ଭାଇଙ୍କ ମୁଣ୍ଡକୁ ଖଣ୍ଡା ଚୋଟ

ଭୁବନେଶ୍ବର : ଗାଡ଼ି ଛଡ଼ାଇବାକୁ ଯାଇ ରବିବାର ଏକ ଘରୋଇ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ଦୁଇ ଭାଇଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି। ଆହତ ଦୁଇ ଭାଇ ହେଲେ, ସୁପ୍ରଭାସ ମାନ୍ଧତା ଓ ତାଙ୍କ ଭାଇ ସୌମ୍ୟରଞ୍ଜନ। ଏନେଇ ଭରତପୁର ଥାନା‌ରେ ଅଭିଯୋଗ ହୋଇଛି ଓ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। ମାତ୍ର ଅଭିଯୁକ୍ତମାନେ ଫେରାର ଥିବାରୁ କାହାକୁ ଗିରଫ କରାଯାଇନାହିଁ।
ମିଳିଥିବା ସୂଚନାନୁସାରେ, ସୁପ୍ରଭାସ ସ୍ବିଗି ଡେଲିଭରି-ବୟ ଭାବେ କାମ କରନ୍ତି। ରବିବାର ମଧ୍ୟାହ୍ନରେ ସେ ଫାୟାରଷ୍ଟେସନ୍ ଛକରେ ଅପେକ୍ଷା କରିଥିବା ବେଳେ ରାଜା ନାମକ ଜଣେ ଯୁବକ ୫ରୁ ୬ଜଣ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଫାଇନାନ୍ସ କିସ୍ତି ନ ଦେଇଥିବା ଅଭିଯୋଗ କରି ବାଇକ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ସୁପ୍ରଭାସ କୌଣସି ଫାଇନାନ୍‌ସ କମ୍ପାନିରୁ ଋଣ କରିନାହାନ୍ତି ବୋଲି ବୁଝାଇଥିଲେ ବି ରାଜା କିଛି ଶୁଣିନଥିଲା। ତେଣୁ ସୁପ୍ରଭାସ ବିକଳରେ ତାଙ୍କ ଭାଇ ସୌମ୍ୟଙ୍କୁ ଡକାଇଥିଲା। ଭାଇକୁ ଡାକିବାରୁ ରାଜା ଓ ତା ସହଯୋଗୀମାନେ ରାଗି ଯାଇଥିଲେ। ଘଟଣାସ୍ଥଳରେ ସୌମ୍ୟ ପହଞ୍ଚିବା ମାତ୍ରେ ରାଜା ଗୋଷ୍ଠୀ ଅତର୍କିତ ଭାବେ ଖଣ୍ଡାରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦୁଇ ଭାଇଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ରାଜା ଗୋଷ୍ଠୀ ସେଠାରୁ ଫେରାର୍‌ ହୋଇଯାଇଥିଲେ। ରାଜା ଓ ତା’ ସହ ଥିବା ମିଲନ୍ ନାଁରେ ପୂର୍ବରୁ ଖଣ୍ଡଗିରି ଥାନାରେ ବହୁ ମାମଲା ଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ନୂଆ ରୂପ ନେବ ନୌବିହାର ପର୍ଯ୍ୟଟନ : ଆସିବ ଅତ୍ୟାଧୁନିକ ଡଙ୍ଗା

Mon Sep 27 , 2021
ଭୁବନେଶ୍ବର : ଓଡ଼ିଶା ‌ପର୍ଯ୍ୟଟନର ନୌବିହାର ନେବ ନୂଆ ରୂପ। ପୁରୁଣା କାଠ ଡଙ୍ଗାର ସ୍ଥାନ ନେବ ଆଧୁନିକ ଡଙ୍ଗା। ସମସ୍ତ ଡଙ୍ଗାର ରଙ୍ଗ ଏକା ଭଳି ରହିବ। ଫଳରେ ଏହା ଓଡ଼ିଶା ପର୍ଯ୍ୟଟକକୁ ଆହୁରି ଆକର୍ଷିତ କରିବ। ପର୍ଯ୍ୟଟକମାନେ ‘ଫାଇବର୍‌ ଗ୍ଲାସ୍‌ ରେନ୍‌ଫୋର୍ସଡ୍‌ ପ୍ଲାଷ୍ଟିକ୍’(ଏଫ୍‌ଆର୍‌ପି) ଡଙ୍ଗାରେ ବସି ନୌବିହାରର ମଜା ନେବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚିଲିକା ଓ ଭିତରକନିକାରେ ଡଙ୍ଗା ବଦଳାଇବାକୁ ସରକାରୀସ୍ତରରେ […]
ନୌବିହାର ପର୍ଯ୍ୟଟନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial