ହନୁମାନ ମୁଦ୍ରା କାରବାରକୁ ପଣ୍ଡ କଲା ପୁଲିସ : ବ୍ରହ୍ମପୁରରେ ୭ ଅଭିଯୁକ୍ତ ଗିରଫ

ହନୁମାନ ମୁଦ୍ରା କାରବାରକୁ ବିଫଳ କଲା ପୁଲିସ

ବ୍ରହ୍ମପୁର: ହନୁମାନ ଚିତ୍ର ଥିବା ପୁରୁଣା ମୁଦ୍ରା ବିକ୍ରି କରି କୋଟିପତି ହେବାର ସ୍ବପ୍ନ ଧୂଳିସାତ୍‌ ହୋଇଛି। ବ୍ରହ୍ମପୁରସ୍ଥିତ ବଡ଼ବଜାର ଅଞ୍ଚଳରେ ହନୁମାନ ମୁଦ୍ରା ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଛି। ଫଳରେ ୭ ଅଭିଯୁକ୍ତଙ୍କ ଯୋଜନା ପଣ୍ଡ ହୋଇଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳର ପ୍ରଦୀପ ମହାପାତ୍ର (୪୧), ସୁରେଶ ମେହେର (୩୧) ଓ ସାସନ ଥାନା ଅଞ୍ଚଳର ଅନିଲ କୁସୁମ (୩୪), ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଅଞ୍ଚଳର ଜୟନ୍ତ ପ୍ରଧାନ (୨୧) ଓ ବିଜେନ କୁମାର ବାଗ (୪୦), ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଅକ୍ଷୟ କୁମାର (୩୬) ଓ କେ ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁର ଏସ ଜୟରାମ ପାତ୍ର।

ସୂଚନା ଅନୁସାରେ ଶାନ୍ତିନଗରରେ ହନୁମାନ ଚିତ୍ର ଥିବା ପୁରୁଣା ମୁଦ୍ରା କାରବାର ଚାଲିଥିବା ‌ବେଳେ ବଡ଼ବଜାର ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ କାଳ ବିଳମ୍ବ ନକରି ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସ ‌୩ଟି ହନୁମାନ ଚିତ୍ର ଥିବା ମୁଦ୍ରା, ନଗଦ ଦେଢ଼ ଲକ୍ଷ ଟଙ୍କା, ୨ଟି ବାଇକ୍‌, ଚୁମ୍ବକ ଓ ସ୍ପିରିଟ ଜବତ କରିଥିଲା। ହନୁମାନ ଟଙ୍କାକୁ କିଣା-ବିକା ପାଇଁ ୨ କୋଟି ଟଙ୍କାର ଡିଲ ଚାଲିଥିବା ବୋଲି ପୁଲିସ କହିଛି। ଏହି କାରବାରରେ ସମ୍ବଲପୁର, ରାଉରକେଲା ଓ ଗଞ୍ଜାମର ୭ ଜଣ ଯୁବକ ସଂପୃକ୍ତ ଅଛନ୍ତି। ଏମାନେ ବିଭିନ୍ନ ସ୍ଥାନରୁ ପୁରୁଣା ମୁଦ୍ରା ସଂଗ୍ରହ କରି ଏହାକୁ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Share Now:

Kalinga News Beuro

Next Post

ଖଡ଼ିଆଳରୁ ଭୁବନେଶ୍ୱର ସାଇକେଲ ଯାତ୍ରା କଲା ଦଳିତ ଅଧିକାର ମଞ୍ଚ

Wed Jan 27 , 2021
ଖଡ଼ିଆଳ: ନୂଆପଡା ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ନୂଆପଡା ଜିଲ୍ଲା ଦଳିତ ଅଧିକାର ମଞ୍ଚ ତରଫରୁ ଖଡ଼ିଆଳ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଛି। ଜିଲ୍ଲାର କୃଷକମାନଙ୍କ ସମସ୍ୟା ଥମିବାର ନାଁ ନେଉ ନ ଥିବା ବେଳେ ବର୍ତ୍ତମାନ ମଣ୍ଡି ସମସ୍ୟା କୃଷକ ମାନଙ୍କୁ ହନ୍ତସନ୍ତ କରୁଛି। ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ବାରମ୍ବାର ଆନ୍ଦୋଳନ […]
ଖଡ଼ିଆଳରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial