ଖଡ଼ିଆଳରୁ ଭୁବନେଶ୍ୱର ସାଇକେଲ ଯାତ୍ରା କଲା ଦଳିତ ଅଧିକାର ମଞ୍ଚ

ଖଡ଼ିଆଳରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ଖଡ଼ିଆଳ: ନୂଆପଡା ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ନୂଆପଡା ଜିଲ୍ଲା ଦଳିତ ଅଧିକାର ମଞ୍ଚ ତରଫରୁ ଖଡ଼ିଆଳ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଛି। ଜିଲ୍ଲାର କୃଷକମାନଙ୍କ ସମସ୍ୟା ଥମିବାର ନାଁ ନେଉ ନ ଥିବା ବେଳେ ବର୍ତ୍ତମାନ ମଣ୍ଡି ସମସ୍ୟା କୃଷକ ମାନଙ୍କୁ ହନ୍ତସନ୍ତ କରୁଛି। ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ ସମସ୍ୟା ଦୂର ହେବାର ନାଁ ନେଉନାହିଁ। ତେଣୁ ମଙ୍ଗଳବାର ସକାଳ ଦଶଟାରୁ ଖଡ଼ିଆଳ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଯୁବକ ତଥା ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଏକତ୍ରିତ ହୋଇଥିଲେ। ପରେ ସାଇକେଲରେ ପ୍ଲାକାର୍ଡ ବାନ୍ଧି ବିଭିନ୍ନ ପ୍ରକାର ନାରାବାଜି ଦେଇ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ଆସନ୍ତା ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଁଚି ୧ ତାରିଖ ଦିନ କୃଷି ମନ୍ତ୍ରୀଙ୍କୁ ୧୮ ଦଫା ଦାବି ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଚାଷୀ ମାନଙ୍କ ସଠିକ ପଞ୍ଜିକରଣ ହେଉ, ମଣ୍ଡିରେ କଟନୀ ଛଟନି ବନ୍ଦ, ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦, ମଣ୍ଡିକୁ ଦଲାଲ ମୁକ୍ତ ଏଭଳି ୧୮ ଦାବି ନେଇ କୃଷି ମନ୍ତ୍ରୀଙ୍କୁ ଦାବି ପତ୍ର ଦେବୁ ବୋଲି ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି କହିଛନ୍ତି।

Share Now:

Kalinga News Beuro

Next Post

ଦିଲ୍ଲୀରେ ଅନ୍ନଦାତାଙ୍କ ଅରାଜକତା: ଦୋଷ ଖସାଇଲେ ଚାଷୀ ସଂଗଠନ, ଅସନ୍ତୋଷ ଝାଡ଼ିଲେ ବିରୋଧୀ

Wed Jan 27 , 2021
ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଗତକାଲି ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାତ୍ମକ ପରିସ୍ଥିତି ସାମୟିକ ଭାବେ ଆୟତ୍ତାଧୀନ ହୋଇ ପଡ଼ିବା ପରେ ଏହାକୁ କେନ୍ଦ୍ରକରି ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏହି ଅଘଟଣ ପାଇଁ ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଦେଶର ଅନ୍ନଦାତାମାନଙ୍କ ଉପରେ ଯାହା ଅତ୍ୟାଚାର କଲେ […]
ଦିଲ୍ଲୀରେ ଅନ୍ନଦାତାଙ୍କ ଅରାଜକତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial