ଏପ୍ରିଲ ୨୬ରୁ ଅଫଲାଇନ୍ ମୋଡରେ ଆରମ୍ଭ ହେବ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା

ଏପ୍ରିଲ ୨୬ରୁ ଅଫଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରୀକ୍ଷା କରିବା ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ସିବିଏସ୍ଇର ପରୀକ୍ଷା ନିୟନ୍ତ୍ରକଙ୍କ ଅନୁଯାୟୀ, ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬, ୨୦୨୨ ରୁ ଆରମ୍ଭ ହେବ। ବିଶେଷ କଥା ହେଉଛି ଏହି ପରୀକ୍ଷାଗୁଡ଼ିକ ଅଫଲାଇନ୍ ମୋଡରେ ହେବ। ଖୁବ୍ ଶୀଘ୍ର କେନ୍ଦ୍ରୀୟ ବୋର୍ଡ ଏହାର ତାରିଖ ଘୋଷଣା କରିବେ। ସୂଚନାଯୋଗ୍ୟ ଯେ, କରୋନା ମହାମାରୀକୁ ନେଇ ଅନିଶ୍ଚିତତା ହେତୁ ଜୁଲାଇ ୫, ୨୦୨୧ରେ ବୋର୍ଡ ଦୁଇଟି ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା କରିବାକୁ ଘୋଷଣା କରିଥିଲା। ଗତ ବର୍ଷ ପରି ଏଥର ମଆଧ୍ୟ ପରୀକ୍ଷା କେନ୍ଦ୍ରରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଟର୍ମ-୨ ପରୀକ୍ଷାରେ ଛାତ୍ରମାନେ ଉଭୟ ଅବଜେକ୍ଟିଭ୍ ଏବଂ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଦେବେ। ଟର୍ମ-୧ରେ କେବଳ ଅବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଦେଇଥିଲେ ଛାତ୍ରଛାତ୍ରୀ। ତେବେ ବୋର୍ଡର ଅଫିସିଲ୍ ୱେବସାଇଟ୍ cbse.nic.in ରେ ଶୀଘ୍ର ଏନେଇ ତାରିଖ ପ୍ରକାଶ ପାଇବ। ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଦୁଇଟି ପର୍ଯ୍ୟାୟରେ କରୁଛି। ଦେଶରେ କୋଭିଡଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ଏହା କରାଯାଇଛି।

Share Now:

Kalinga News Beuro

Next Post

୨ୟ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇଲା ଭାରତ, ସିରିଜ ବିଜୟୀ

Wed Feb 9 , 2022
ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଦିନିକିଆରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୪୪ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିଟିକିଆ ସିରିଜରେ ୨-୦ରେ। ଭାରତ ଦ୍ବାରା ରଖାଯାଇଥିବା ୨୩୮ ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଣ୍ଡିଜ୍ ୪୬ ଓଭରରେ ୧୯୩ ରନ କରି ଅଲଆଉଟ ହୋଇଯାଇଥିଲା। ଇଣ୍ଡିଜ ପକ୍ଷରୁ ସାମାରା ବ୍ରୁକ୍ସ ସର୍ବାଧିକ ୪୪ ରନ ଓ ଅକିଲ […]
ଓ୍ବେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇଲା ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial