ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବି : ଆଜି ମୟୂରଭଞ୍ଜ ବନ୍ଦ

ବାରିପଦା : ଉତ୍ତର ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଶନିବାର ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଜେଏମ୍‌ଏମ୍‌। ଉତ୍ତର ଓଡ଼ିଶାର ଲୋକଙ୍କ ଦାବିକୁ ଦୀର୍ଘ ଦିନରୁ ଅଣଦେଖା କରାଯାଉଛି। ଆଉ ଏହାର ପ୍ରତିବାଦରେ ଦଳ ବନ୍ଦ ପାଳନ କରିବ ବୋଲି କହିଛନ୍ତି ଜେଏମ୍‌ଏମ୍‌ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କଳିଙ୍ଗ କେଶରୀ ଜେନା। ଏହି ବନ୍ଦକୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧ୍ୟ ସମର୍ଥନ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସା। ଏହି ‘ବନ୍ଦ’ରେ ରାଇରଙ୍ଗପୁର, ବେତନଟୀ, କରଞ୍ଜିଆ, ଉଦଳା ଓକିଲ ସଂଘ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

୧୮ରେ ପୁଣି ଏକ ଲଘୁଚାପ: ୩ ଦିନ ବର୍ଷିବ

Sat Sep 15 , 2018
୨୦ରେ ଅବପାତର ରୂପ ନେଇପାରେ ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ପଶ୍ଚିମ-କେନ୍ଦ୍ର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ସେହିଭଳି ସମୁଦ୍ରପତ୍ତନର ୦.୯ କିଲୋମିଟର ଊର୍ଦ୍ଧ୍ୱରେ ପଶ୍ଚିମବଙ୍ଗ ଓ ବିହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆଜି ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୧୯ରୁ ୨୧ ଯାଏ ତିନିଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial