ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟିକିରିରେ ଅଟକିଲା କୋରାପୁଟ-ରାଉରକେଲା ଇଣ୍ଟରସିଟି

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଷ୍ଟେସନ୍‌ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ହୀରାଖଣ୍ଡ ଏକ୍ସପ୍ରେସ୍ ଲକ୍ଷ୍ମୀପୁରଠାରେ ଓ କୋରାପୁଟ-ରାଉରକେଲା ଇଣ୍ଟରସିଟି ଟିକିରିଠାରେ ଅଟକି ରହିଛି। ଟିକିରି ଷ୍ଟେସନ୍‌ରେ ଯାତ୍ରୀଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ କରାଯାଇଛି।

ଦାମନଯୋଡ଼ି ନାଲକୋ ପ୍ଲାଣ୍ଟରୁ ଆଲୁମିନା ଆଣୁଥିବା ଏକ ମାଲ୍‌ବାହୀ ଟ୍ରେନ୍‌ର ଗୋଟିଏ ବଗିର ଚକ ଟ୍ରାକ୍‌ରୁ ଖସି ପଡ଼ିଥିଲା। ଫଳରେ ଟ୍ରେନ୍‌ର ସମସ୍ତ ବଗି ୮ କିମି ପର୍ଯ୍ୟନ୍ତ ଘୁଷୁରି ଘୁଷୁରି ଚାଲି ଯାଇଥିଲା। ଖବର ପାଇ ରାୟଗଡ଼ାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମରାମତି କାମ ଆରମ୍ଭ କରିଛନ୍ତି। ତେବେ ରାତି ହୋଇଯାଇଥିବାରୁ କାମରେ ଅସୁବିଧା ସୃଷ୍ଟି ହୋଇଛି। ତଥାପି ମରାମତି କାମ ଜାରି ରହିଛି। ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବା ଯୋଗୁ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌ ଆନ୍ଧ୍ରପ୍ରଦେଶର ଆରାକୁ ଜଙ୍କସନ୍‌ରୁ ବିଜୟନଗରମ ଦେଇ ଆସିବ। ସେହିପରି ଜୁନାଗଡ଼-ଭୁବନେଶ୍ୱର ଲିଙ୍କ୍‌ ବିଜୟନଗରମ-ହୀରାଖଣ୍ଡରେ ଲିଙ୍କ୍‌ ହୋଇ ଭୁବନେଶ୍ୱର ଆସିବ ବୋଲି ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ତୀର୍ଥଯାତ୍ରା ହେଲା ଶେଷଯାତ୍ରା ବସ୍‌ ଓଲଟି ୫୭ ମୃତ

Wed Sep 12 , 2018
ଜଗତିୟାଲ୍‌: ତେଲେଙ୍ଗାନାର ଜଗତିଆଲ୍‌ ଜିଲ୍ଲାରେ ଆଜି ୮୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଖାଇ ମଧ୍ୟକୁ ଖସିପଡ଼ିଛି। ଫଳରେ ୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ଛୋଟ ପିଲା, ୩୬ ଜଣ ମହିଳା ଥିବା ଜଣାପଡ଼ିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial