ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି

Sradhanjali-Nityananda panigrahi

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଜୋଲହ ପଞ୍ଚାୟତ ଅଧୀନ ମୁଷାଙ୍ଗ ଗ୍ରାମର ନାଟ୍ୟନିର୍ଦ୍ଦେଶକ ତଥା ଶିକ୍ଷାବିତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କୁ ନିଜ ଗାଁରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି।ବୁଧବାର ଦ୍ୱାଦଶ କ୍ରିୟା ଅବସରରେ ମୁଷାଙ୍ଗ ଗ୍ରାମରେ ସାହିତ୍ୟିକ ବିଭୁତିଭୂଷଣ ସେନାପତିଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଗୀତିକାର ପଞ୍ଚାନନ ନାୟକ,କବି ସଂଜିତ ବଳ, ବିଭୁତିଭୂଷଣ ଗ୍ରହଚାର୍ଯ୍ୟ, ସୁଦର୍ଶନ ନାୟକ ,ଶିକ୍ଷାବିତ ପ୍ରଫୁଲ୍ଲ ନାୟକ , ସୁବାସ ଦାସ ,ସନ୍ତୋଷ ପଣ୍ଡା ,ବାଇଧର ଜେନା ,ଗୟାଧର ନାୟକ ,ଗୌରାଙ୍ଗ ଚରଣ ସେନାପତି,ଗୟାଧର ସେଠୀ,ଦେବେନ୍ଦ୍ର ମହାଳିକ ,ଗିରିଧାରୀ ନାୟକ ,ଅଶୋକ ସେନାପତି , ସତ୍ୟପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ସ୍ବର୍ଗତ ପାଣିଗ୍ରାହୀ ଜଣେ ଆଦର୍ଶବାଦୀ ମଣିଷ ଥିଲେ। ସେ ଏକାଧାରରେ ଶିକ୍ଷାବିତ ,ନାଟ୍ୟନିର୍ଦ୍ଦେଶକ, ସଂଗଠକ ,ବାଦ୍ୟକାର ଓ କଣ୍ଠଶିଳ୍ପୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଥିଲେ ବୋଲି ବକ୍ତାମାନେ କହିଥିଲେ। ପ୍ରାରମ୍ଭରେ ତାଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ସହିତ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ପାଣିଗ୍ରାହୀଙ୍କ ସାନପୁଅ ବିଷ୍ଣ ପାଣିଗ୍ରାହୀ ଓ ପରିବାର ସଦସ୍ୟ ମାନେ ସହଯୋଗ କରିଥିଲେ।

Share Now:

Kalinga News Beuro

Next Post

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ

Fri Jul 31 , 2020
ତିହିଡି: ଭଦ୍ରକ ଜିଲ୍ଲା ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତ ଅଧୀନ ନିଶ୍ଚନ୍ତା ଗ୍ରାମର ରଶ୍ମିତା ତ୍ରିପାଠୀ ନାମ୍ନୀ ଜଣେ ବଧୂକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପୋଲିସ ଏହି ଘଟଣାରେ କେସ ନମ୍ବର ୨୮୧/୨୦ ରେ ମକଦ୍ଦମା ରୁଜୁକରି ମୃତ ରଶ୍ମିତାଙ୍କ ସ୍ୱାମୀ ତାପସ ତ୍ରିପାଠୀଙ୍କୁ ଗିରଫ କରିଛି।ଘଟଣାରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳର ଦୁର୍ଗାପ୍ରସାଦ ଆଚାରୀଙ୍କ ଝିଅ ରଶ୍ମିତାଙ୍କୁ ତିହିଡି ଥାନା […]
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial