ବିଏମ୍‌ସିକୁ ଓମିକ୍ରନ୍‌ ଭୟ: ନୂଆବର୍ଷରେ ଭୋଜି ମନା

ନୂଆବର୍ଷରେ ଭୋଜି ମନା

କଟକଣାରେ ବାହାଘର, ଅନ୍ତ୍ୟେଷ୍ଟିକ୍ରିୟା,ଚର୍ଚ୍ଚରେ ୫୦ଜଣଙ୍କୁ ଅନୁମତି

ଭୁବନେଶ୍ୱର : ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛି ବିଏମ୍‌ସି। କୋଭିଡ୍‌ ତଥା ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର କଟକଣା କରିବା ପରେ ବିଏମ୍‌ସି ଆଦେଶନାମା ଜାରି କରିଛି। ଆଦେଶନାମା ମୁତାବକ, ଡିସେମ୍ବର ୨୪ ତାରିଖ ରାତି ୧୨ଟାରୁ ୨୫ ତାରିଖ ରାତି ୧୨ଟା ଯାଏ ଚର୍ଚ୍ଚରେ କଟକଣା ବଳବତ୍ତର ରହିବ। ଏହି ସମୟରେ ଚର୍ଚ୍ଚ ଭିତରେ ୫୦ରୁ ଅଧିକ ଲୋକ ରହିବେ ନାହିଁ। ୫୦ ଜଣଙ୍କ ମଧ୍ୟରେ ୬ ଫୁଟ୍‌ର ବ୍ୟବଧାନ ରହିବ। ସମସ୍ତେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରି ଭିତରେ ପ୍ରବେଶ କରିବେ। ଚର୍ଚ୍ଚ ବାହାରେ କର୍ତ୍ତୃପକ୍ଷ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ। ଫଳରେ ଲକ୍ଷଣ ଥିବା କୌଣସି ବ୍ୟକ୍ତି ଚର୍ଚ୍ଚରେ ପ୍ରବେଶ କରିପାରିବେ ନାହିଁ। ବିଏମ୍‌ସି ସବୁ ଚର୍ଚ୍ଚରେ କୋଭିଡ୍‌ ଟେଷ୍ଟ(ରାପିଡ୍‌ ଆଣ୍ଟିଜେନ୍‌)ପାଇଁ ବ୍ୟବସ୍ଥା କରିବ। କେବଳ ନେଗେଟିଭ୍‌ ରିପୋର୍ଟ ହାସଲ କରିଥିବା ବ୍ୟକ୍ତି ହିଁ ପ୍ରବେଶ ସୁଯୋଗ ପାଇବେ। ପ୍ରବେଶ ବେଳେ ଉଭୟ ଡୋଜ୍‌ର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଶୁକ୍ରବାର ରାତି ୧୨ଟାରେ ଚର୍ଚ୍ଚମାନଙ୍କରେ ଯୀଶୁ ଜନ୍ମଦିନ ପାଳନ ଉତ୍ସବ ଆୟୋଜିତ ହୋଇଛି। ବିଏମ୍‌ସି ଏହି ଆଦେଶନାମା ରାତି ୮ଟା ବେଳେ ପ୍ରକାଶ କରିଛି। ଭକ୍ତମାନେ ଚର୍ଚ୍ଚରେ ପ୍ରବେଶ ବେଳେ ଉଭୟଡୋଜ୍‌ ଟିକା ପ୍ରମାଣପତ୍ର ଦେଖାଇବେ। ବିଏମ୍‌ସି ଅସ୍ଥାୟୀ ଷ୍ଟଲ ପକାଇ ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରିବ। ନେଗେଟିଭ୍‌ ରିପୋର୍ଟ ପାଇଲେ ଯାଇ ଚର୍ଚ୍ଚ ଭିତରେ ପଶି ହେବ।
ସେହିଭଳି ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛି ବିଏମ୍‌ସି। ଜିରୋ ନାଇଟ୍‌ ପାଳନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ୩୧ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ କଲ୍ୟାଣମଣ୍ଡପ, ହୋଟେଲ୍‌, କ୍ଲବ୍‌, ପାର୍କ ପ୍ରଭୃତି‌ରେ କୌଣସି ପ୍ରକାରର ଉତ୍ସବ ପାଳନ କରାଯାଇ ପାରିବ ନାହିଁ। ପିକ୍‌ନିକ୍‌ ସ୍ପଷ୍ଟ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ଭୋଜି ଆୟୋଜନ ହେବ ନାହିଁ। କୋଭିଡ କଟକଣା ସହ ଅନ୍ତ୍ୟେଷ୍ଟି କ୍ରିୟା ଓ ବାହାଘର ହେବ। ଏହି ଦୁଇଟି ଛଡ଼ା ଅନ୍ୟ କୌଣସି ଉତ୍ସବ ପାଳନ ଅନୁମତି ଦିଆଯିବ ନାହିଁ। କୌଣସି ପ୍ରକାରର ଜନଗହଳି, ଶୋଭାଯାତ୍ରା, ଅର୍କେଷ୍ଟ୍ରା, ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇ ପାରିବ ନାହିଁ। ବିଏମ୍‌ସିର ଏକ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏହି ୪ ଦିନ(୨୫, ୩୧, ୧ ଓ ୨) ବୁଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି କଟକଣା ଉଲ୍ଲଂଘନ ହେଲେ ମୋଟା ଅଙ୍କର ଜରିମାନା ସହ ମହାମାରୀ ଆଇନ ଅନୂଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ‌ ବାଲି ବିଏମ୍‌ସି ସ୍ପଷ୍ଟ କରିଛି।

Share Now:

Kalinga News Beuro

Next Post

ବଡ଼ଦିନର ଶୁଭେଚ୍ଛା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

Sat Dec 25 , 2021
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମାସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଆପଣଙ୍କର ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହେଉ। ଠିକ୍ ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଲେଖିଛନ୍ତି, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ତାଙ୍କ […]
ବଡ଼ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial