ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ: ଧାମରାରେ ସମୁଦ୍ର ଅଶାନ୍ତ, ବହୁ ଅଞ୍ଚଳ ଜଳମଗ୍ନ

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ

ଭଦ୍ରକ: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ଭଣ୍ଡାରୀପୋଖରୀରେ ରାସ୍ତା ଉପରେ ଉପୁଡ଼ି ପଡ଼ିଛି ଗଛ। ଅଗ୍ନିଶମ ବିଭାଗ ଗଛ କଟା ଆରମ୍ଭ କରିଛନ୍ତି।

ଏଣେ ବର୍ଷା ଜଳରେ ବୁଡିଗଲା ଭଦ୍ରକ ପୌରପାଳିକା ଅନ୍ତର୍ଗତ ପ୍ରଫୁଲ୍ଲ ନଗର ନିଉ କଲୋନି। ଏହାଫଳରେ ବହୁ ଲୋକଙ୍କ ଘରେ ବର୍ଷା ଜଳ ପଶିଛି। ଖାଲି ସେତିକି ନୁହେଁ, ଭଦ୍ରକ ସହରରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି।

ଏଣେ ଧାମରାରେ ସମୁଦ୍ର ଅଶାନ୍ତ ରହିଥିବାର ଖବର ମିଳିଛି। ଧାମରା ଅଞ୍ଚଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ଏବଂ କେତେକ ରାସ୍ତା ଧୋଇଯାଇଛି।

Share Now:

Kalinga News Beuro

Next Post

କୋଭିଡ୍‌-୧୯ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଭାରତସ୍ଥିତ ଇଣ୍ଡୋନେସୀୟ ଦୂତାବାସର କୂଟନୀତିଜ୍ଞ

Wed May 26 , 2021
ନୂଆଦିଲ୍ଲୀ: କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇଥିବା ଭାରତସ୍ଥିତ ଇଣ୍ଡୋନେସୀୟ ଦୂତାବାସର ଉପମୁଖ୍ୟ ଫେର୍ଡି ପିୟେ ମଙ୍ଗଳବାର ଦିନ ଜାକର୍ତାର ଏକ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ଥିବା ବେଳେ ସେ କରୋନାଭାଇରସ୍‌ଦ୍ବାରା ସଂକ୍ରମିତ ହୋଇ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ, ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଏପ୍ରିଲ୍‌ ୨୭ ତାରିଖ ଦିନ ତାଙ୍କୁ ଜାକର୍ତାର ଏକ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଜାକର୍ତା ଯାଇଥିଲେ। ଡିସେମ୍ବର […]
ଇଣ୍ଡୋନେସୀୟ ଦୂତାବାସର ଉପମୁଖ୍ୟ ଫେର୍ଡି ପିୟେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial