ବହୁତଳ ପାର୍କିଂ ଏକ ପ୍ରହସନ : କାମ କରୁନି ଲିଫ୍ଟ , ସ୍ମାର୍ଟ ପାର୍କିଂ ପଥଭ୍ରଷ୍ଟ

ବହୁତଳ କାର ପାର୍କିଂ

ମୌଳିକ ସୁବିଧା ଅପହଞ୍ଚ, ନୟାନ୍ତ ବରିଷ୍ଠ ନାଗରିକ

ଭୁବନେଶ୍ବର : ସର୍ବସାଧାରଣଙ୍କ ପାର୍କିଂ ସୁବିଧା ଉଦ୍ଦେଶ୍ୟରେ ସହିଦନଗର ଓ ମାର୍କେଟ୍‌ ବିଲ୍‌ଡିଂ ବହୁତଳ ପାର୍କିଂ ଖୋଲିଲା। କିନ୍ତୁ ପାର୍କିଂ ଦର ଲୋକଙ୍କୁ ବାଧିଲା। ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରିତ ହେବା ପରେ ଦରରେ କିଛିଟା କୋହଳ କଲେ। ତାହା ସତ୍ତ୍ବେ ବାହାର ପାର୍କିଂ ଅପେକ୍ଷା ଏଠାରେ ଭଡ଼ା ଅଧିକ ରହିଛି। କିନ୍ତୁ ମୌଳିକ ସୁବିଧା ଉପଲବ୍ଧ ହେଉନାହିଁ। ନିର୍ମାଣ ଅବଧିଠାରୁ ତିନିବର୍ଷ ବିଳମ୍ବରେ ଖୋଲିଥିଲେ ମଧ୍ୟ ଅନେକ ସମସ୍ୟା ଯୋଗୁଁ ଲୋକେ ଦହଗଞ୍ଜ ହେଉଛନ୍ତି। ପାର୍କିଂ ଫି’ ବଢ଼ାଇ ଘରୋଇ ସଂସ୍ଥାକୁ ଅନୁକମ୍ପା ଦେବାକୁ ତତ୍ପରତା ପ୍ରକାଶ କରୁଥିବା‌ ଅଧିକାରୀମାନେ ମୌଳିକ ସୁବିଧା ପ୍ରତି ଆଖି ବୁଜିଦେବା ସମସ୍ତଙ୍କୁ ବ୍ୟଥିତ କରିଛି। ଚଢ଼ାଦର ସାଙ୍ଗକୁ ବିଭିନ୍ନ ସମସ୍ୟା ପାଇଁ ଜନଅସନ୍ତୋଷ ସୃଷ୍ଟି ହେଲାଣି।
ମାର୍କେଟ୍‌ ବିଲ୍‌ଡିଂ ନିକଟ ବହୁତଳ ପାର୍କିଂରେ ସବୁଠାରୁ ଅଧିକ ଗାଡ଼ି ପାର୍କିଂ କରାଯାଉଛି। ୦.୯୪୬ ଏକର ଜାଗାରେ ନିର୍ମାଣ କରାଯାଇଥିବା ଏହି ପାର୍କିଂ ସ୍ଥଳୀରେ ୪୦୦ କାର୍‌ ଓ ୭୦୦ ବାଇକ ଏକ ସମୟରେ ପାର୍କ ହେବାର ବ୍ୟବସ୍ଥା ରହିଛି। ବେସମେଣ୍ଟ ମିଶାଇ ୭ମହଲା ପର୍ଯ୍ୟନ୍ତ ପାର୍କିଂର ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନ ବେସ୍‌ମେଣ୍ଟକୁ ମିଶାଇ ୨ ମହଲା ପର୍ଯ୍ୟନ୍ତ ଗାଡ଼ି ପାର୍କିଂ କରାଯାଉଛି। ଅନ୍ୟ ମହଲାରେ ପାର୍କିଂ କାର୍ଯ୍ୟକ୍ଷମ କରାଯାଇନାହିଁ। ୨ଘଣ୍ଟା ପାଇଁ ୬୦ଟଙ୍କା(କାର୍‌) ରହିଥିବା ବେଳେ ଦରକୁ ନେଇ ବିବାଦ ହେବା ପରେ ୪୦ ଟଙ୍କାକୁ ଖସାଇ ଦିଆଯାଇଛି। ସେହିପରି ସହିଦନଗର ବହୁତଳ ପାର୍କିଂ ସ୍ଥଳୀରେ ଘଣ୍ଟାକୁ ୨୫ଟଙ୍କା ଏବଂ ୨ଘଣ୍ଟାକୁ ୪୦ଟଙ୍କା ରଖାଯାଇଛି। କିନ୍ତୁ ମୌଳିକ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଉଭୟ ସ୍ଥାନରେ ପାର୍କିଂରେ ଲିଫ୍ଟ କାମ କରୁନି। ଫଳରେ ୩ମହଲାରେ ପାର୍କିଂ କରୁଥିବା ଲୋକ ଗ୍ରାଉଣ୍ଡ ଫ୍ଲୋରକୁ ଯିବା ଆସିବା କରିବା କାଠିକର ପାଠ ହେଉଛି।

Share Now:

Kalinga News Beuro

Next Post

ଗ୍ବାଲିୟରରେ ଜନ୍ମ ନେଲା ଚାରିଟିଗୋଡ ଥିବା ଶିଶୁ : ଡାକ୍ତର ନେବେ ବଡ଼ ପଦକ୍ଷେପ

Fri Dec 16 , 2022
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଶିଶୁ ୪ଟି ‌ଗୋଡ଼ ନେଇ ଜନ୍ମ ନେଇଥିବା ଜଣାପଡ଼ିଛି। ଏଭଳି ଶିଶୁ ଜନ୍ମ ହେବା ଖବର ପ୍ରଘଟ ହେବା ପରେ ଲୋକେ ନବଜାତକୁ ଦେଖିବା ପାଇଁ ହସ୍ପିଟାଲରେ ଭିଡ ଜମାଇଛନ୍ତି। ସମ୍ପ୍ରତି ଶିଶୁ ଜଣକ ଡାକ୍ତରଙ୍କ ନିରୀକ୍ଷଣରେ ରହିଛି। ଏହି ଘଟଣା ଗ୍ବାଲିୟରର କମଳାରାଜା ହସ୍ପିଟାଲରୁ ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଗୁରୁବାର ବିଳମ୍ବିତ […]
ଜନ୍ମ ନେଲା ଚାରିଟିଗୋଡ ଥିବା ଶିଶୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial