ଗ୍ବାଲିୟରରେ ଜନ୍ମ ନେଲା ଚାରିଟିଗୋଡ ଥିବା ଶିଶୁ : ଡାକ୍ତର ନେବେ ବଡ଼ ପଦକ୍ଷେପ

ଜନ୍ମ ନେଲା ଚାରିଟିଗୋଡ ଥିବା ଶିଶୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଶିଶୁ ୪ଟି ‌ଗୋଡ଼ ନେଇ ଜନ୍ମ ନେଇଥିବା ଜଣାପଡ଼ିଛି। ଏଭଳି ଶିଶୁ ଜନ୍ମ ହେବା ଖବର ପ୍ରଘଟ ହେବା ପରେ ଲୋକେ ନବଜାତକୁ ଦେଖିବା ପାଇଁ ହସ୍ପିଟାଲରେ ଭିଡ ଜମାଇଛନ୍ତି। ସମ୍ପ୍ରତି ଶିଶୁ ଜଣକ ଡାକ୍ତରଙ୍କ ନିରୀକ୍ଷଣରେ ରହିଛି। ଏହି ଘଟଣା ଗ୍ବାଲିୟରର କମଳାରାଜା ହସ୍ପିଟାଲରୁ ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଗୁରୁବାର ବିଳମ୍ବିତ ରାତିରେ ଆରତୀ କୁଶୱାହା ନାମକ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଏହାପରେ ମହିଳାଙ୍କୁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। ‌ସେଠାରେ ତାଙ୍କର ପ୍ରସବ ହୋଇଥିଲା। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାର ଚାରିଗୋଡ ଥିବା ଜଣାପଡ଼ିଥିଲା। ଏଭଳି ଶିଶୁକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏହାକୁ ଏକ ଚମତ୍କାର ହୋଇଛି ବୋଲି କହୁଛନ୍ତି। ନବଜାତକୁ ଡାକ୍ତର ନିରୀକ୍ଷଣରେ ରଖିଛନ୍ତି। ଯଦି ଶିଶୁ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥାଏ ତେବେ ଡାକ୍ତର ତାର ଅସ୍ତ୍ରୋପଚରା କରିବେ। ଏହି ଅସ୍ତ୍ରୋପଚାର କରି ଡାକ୍ତର ଶିଶୁ କନ୍ୟା ଶରୀରରୁ ଦୁଇଟି ଅସାମାନ୍ୟ ଗୋଡ଼କୁ କାଟି ବାହାର କରିଦେବାର ଯୋଜନା ରଖିଛନ୍ତି। ଏହି ଅସ୍ତ୍ରୋପଚାର ପରେ ଶିଶୁଟି ସାଧାରଣ ପିଲାଙ୍କ ଭଳି ଜୀବନ ବଞ୍ଚି ପାରିବ ବୋଲି ଡାକ୍ତର ଶିଶୁର ପରିବାରଲୋକଙ୍କୁ କହିଛନ୍ତି। କାରଣ ଘରକୁ ନୂଆ ଅତିଥି ଆସିବ ବୋଲି ଖୁସିରେ ଅପେକ୍ଷା କରି ରହିଥିଲେ ପରିବାରବର୍ଗ। ତେବେ ଏଭଳି ଶିଶୁ ଜନ୍ମ ହେବା ପରେ ପୂରା ପରିବାର ଭୟଭୀତ ହୋଇପଡ଼ିଛନ୍ତି।

Share Now:

Kalinga News Beuro

Next Post

ଗାଧୋଇ ଫେରୁଥିବା ବେଳେ ଶୁଣ୍ଢରେ ଠେଲି ଦେଲା ଦନ୍ତା : ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି

Fri Dec 16 , 2022
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳର ବାରଦଣ୍ଡା ନଦୀ ନିକଟରେ ଜଣେ ଚାଷୀ ଗାଧୋଇ ଫେରୁଥିବା ସମୟରେ ଏକ ଦନ୍ତାହାତୀ ସହ ମୁହଁମୁହିଁ ହୋଇଛନ୍ତି। ଦନ୍ତାଟି ଶୁଣ୍ଢରେ ଚାଷୀଙ୍କୁ ଠେଲି ଦେବା ଫଳରେ ସେ ନଦୀ ହୁଡା ତଳକୁ ଖସି ପଡି ଅଳ୍ପକେ ମୃତ୍ୟୁ ମୁଖରୁ ନିଜରକୁ ବଞ୍ଚାଇ ଦେଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ଲେମ୍ଭାଇ ପଞ୍ଚାୟତ ବାରଦଣ୍ଡା ଗ୍ରାମର ପାଣୁ ପ୍ରଧାନଙ୍କ […]
ଶୁଣ୍ଢରେ ଠେଲି ଦେଲା ଦନ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial