ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ମାଟ୍ରିକ ପରୀକ୍ଷା ରେଜଲ୍ଟ

କଟକ: ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ,। ଏନେଇ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ଆଜି ମାଟ୍ରିକ ଖାତା ଦେଖା ସରିଛି। ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ନେଇ ନିର୍ଦ୍ଦେଶ ରହିଛି। କେବେ ପରୀକ୍ଷାଫଳ ବାହାରିବ କହି ହେବନି, ତଥାପି ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ଚେଷ୍ଟା ଜାରି ରହିଛି। ସୋସିଆଲ ସାଇନ୍ସ ପ୍ରଶ୍ନପତ୍ର ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନରେ ସମସ୍ୟା ହେବ ନାହିଁ।

Share Now:

Kalinga News Beuro

Next Post

ଚାକିରି କରାଇଦେବା ନାଁରେ ଠକେଇ : ଠକ ଗିରଫ

Mon Apr 17 , 2023
ନକଲି ଲେଟରପ୍ୟାଡ୍‌, ଷ୍ଟାମ୍ପ ସମେତ ୮୦ ହଜାର ଟଙ୍କା ଜବତ ଭୁବନେଶ୍ବର: ଟାଟା ପାୱାର୍‌ ସେଣ୍ଟ୍ରାଲ ଓଡ଼ିଶା ଡିସଟ୍ରିବ୍ୟୁସନ୍‌ ଲିମି‌ଟେଡ୍ (ଟିପିସିଓଡିଏଲ୍‌)ରେ ଚାକିରି କରାଇଦେବା ନାଁରେ ଶହଶହ ଆଶାୟୀଙ୍କୁ ଚୂନ ମାରିଥିବା ଏକ ଧୂର୍ତ୍ତକୁ ସହିଦନଗର ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, ଟିପିସିଓଡିଏଲ୍‌ର ପୂର୍ବତନ କର୍ମଚାରୀ ଚନ୍ଦ୍ରଶେଖର ପ୍ରଧାନ (୨୭)। ପୁରୁଣା ଭୁବନେଶ୍ବରର ପୁନାମା ଗେଟ୍‌ ନିକଟ ଏକ ଭଡ଼ା ଘରୁ ପୁଲିସ୍‌ ତାକୁ ଉଠାଇ ଆଣିଛି। […]
ଚାକିରି କରାଇଦେବା ନାଁରେ ଠକେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial