ଜାତୀୟ ରାଜପଥରେ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ଓଲଟିବାରୁ ଯାନବାହନ ଚଳାଚଳ ବନ୍ଦ

ଓଲଟିଲା ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ରାଲେଗଡ଼ା ଗ୍ରାମପଞ୍ଚାୟତର ରାଜୁଗୁଡ଼ା ନିକଟରେ ଏକ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ଓଲଟିଥିବାର ଖବର ମିଳିଛି। ଟ୍ୟାଙ୍କରରୁ ଅଳ୍ପ ଅଳ୍ପ ଗ୍ୟାସ୍ ଲିକ୍ ହେଉଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପାଣି ସ୍ପ୍ରେ କରୁଛି। ତେବେ ଏଥିରେ ଟ୍ୟାଙ୍କର ଚାଳକଙ୍କର କୌଣସି କ୍ଷତି ହୋଇନାହିଁ। ଉକ୍ତ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ଓଲଟି ପଡ଼ିଥିଲା ବୋଲି ସୂଚନା ମିଳିଛି। ଏଣେ ୨୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଏନେଇ ଜିଲ୍ଲାପାଳ ବି ଟୁଇଟ୍ କରି ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

୫ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ : ୧୫୦ଟି ଦମକଳ ଗାଡି ମୁତୟନ ହେବା ପରେ ମଧ୍ୟ ଲିଭି ପାରୁନି ନିଆଁ

Tue Nov 29 , 2022
ନୂଆଦିଲ୍ଲୀ: ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲାଗିବା ହେତୁ ଧୁଆଁ ଚାରିଆଡେ ଭରି ଯାଇଛି। ନିଆଁ ଲାଗିବା ପର ଠାରୁ ଏହାକୁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଛି। ଏହା ସତ୍ତ୍ୱେ ବି ନିଆଁ ଏଯାଏଁ ଆୟତ୍ତକୁ ଆସି ପାରି ନାହିଁ। ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ ସରକାର ଏବଂ […]
୫ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial