ଦୁର୍ଘଟଣାରୁ ବର୍ତ୍ତିଗଲା ମେମୁ ଟ୍ରେନ୍‌, ଡିଆର୍‌ଏମ୍‌ଙ୍କ ତଦନ୍ତ ନିର୍ଦ୍ଦେଶ

କଟକ : ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି କଟକ-ବ୍ରହ୍ମପୁର ମେମୁ ଟ୍ରେନ୍‌। ରେଳ ଧାରଣାରେ ତ୍ରୁଟି ଥିବା ଦେଖି ଚାଳକ ହଠାତ୍‌ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। କଟକ-ବ୍ରହ୍ମପୁର ମେମୁ ଟ୍ରେନ୍‌ ସାଢ଼ ୫ଟାରେ କଟକ ଷ୍ଟେସନ୍‌ ଛାଡ଼ିଥିଲା। ତେବେ କଟକ-ବାଲିକୁଦା ଷ୍ଟେସନ ନିକଟରେ ଆଗକୁ ଟ୍ରେନ୍‌ ଲାଇନ୍‌ ଦବି ଯାଇଥିବା ହଠାତ ଚାଳକଙ୍କ ଦୃଷ୍ଟିରେ ପଡ଼ିଥିଲା। ଫଳରେ ସେ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ। ପରେ ଜଣାପଡ଼ିଥିଲା ଯେ, ମେମୁ ଟ୍ରେନ୍‌ଟି ଅଟକିଥିବା ସ୍ଥାନରେ ୫୦ ମିଟର ଦୂରରେ ଟ୍ରାକ୍‌ଟି ବଙ୍କା ଥିଲା। ତେବେ ଟ୍ରାକ୍‌ ମରାମତି କାମ ସରିବା ପରେ ମେମୁ ଟ୍ରେନ୍‌ ୧ ଘଣ୍ଟା ବିଳମ୍ୱରେ ଘଟଣାସ୍ଥଳ ଛାଡ଼ିଥିଲା। ଟ୍ରାକ୍‌ ଦବିବା ଘଟଣାର ତଦନ୍ତ ପାଇଁ ଖୋର୍ଦ୍ଧା ଡିଆର୍‌ଏମ୍‌ ବ୍ରଜମୋହନ ଅଗ୍ରୱାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ୪ ଜଣିଆ ଟିମ୍‌ ଏହାର ତଦନ୍ତ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

‘ଶତାକ୍ଷୀ ମହିଳା ସଂଗଠନ’ର ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

Tue Aug 21 , 2018
ଭୁବନେଶ୍ୱର : ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ କେ-୪ କଳିଙ୍ଗ ନଗରଠାରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଅଭିଯାନ ଅନୁଷ୍ଠିିତ ହୋଇଯାଇଛି। ଏଥିରେ ପଦାର୍ଥ ବିଜ୍ଞାନୀ ନିରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଗଠନର ସଭାନେତ୍ରୀ ସବିତା ପୃଷ୍ଟିଙ୍କ ସଭାପତିିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ପରିବେଶ ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ର ଓ ସମ୍ମାନିତ ଅତିଥି ଭାବେ ରଘୁନାଥ ପୃଷ୍ଟି ଯୋଗ ଦେଇଥିଲେ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial