ରାଜ୍ୟରେ ଆରମ୍ଭ ହେବ ବାୟୁ ସ୍ବାସ୍ଥ୍ୟ ସେବା : ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲା ସାମିଲ

ରାଜ୍ୟରେ ଆରମ୍ଭ ହେବ ବାୟୁ ସ୍ବାସ୍ଥ୍ୟ ସେବା

ଭୁବନେଶ୍ବର: ଡିସେମ୍ବର ୨୦ (ସୋମବାର) ଠାରୁୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ଭୁବନେଶ୍ବର ବିମାନବନ୍ଦରରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ୫ ଟି ଜିଲ୍ଲାର ରୋଗୀଙ୍କ ଚିକିତ୍ସା ପାଇଁ ଏହି ସେବା ଆରମ୍ଭ ହେବ। ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯାଇ ଅଣାଯିବ। କଳାହାଣ୍ଡି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ଏହା ପ୍ରଥମେ କାର୍ଯ୍ୟକାରୀ ହେବ ବୋଲି ଆଜି ସମ୍ବଲପୁରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହା ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ବିଜେପିର ବିଏମ୍‌ସି ନିର୍ବାଚନ ପାଇଁ ମାନସମନ୍ଥନ

Sun Dec 19 , 2021
ଭୁବନେଶ୍ୱର: ଆଗକୁ ବିଏମ୍‌ସି ନିର୍ବାଚନ ଥିବାରୁ ବିଜେପିର ରଣନୀତି କ’ଣ ହେବ, ସେନେଇ ଆଜି ଦଳର ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ମାନସମନ୍ଥନ ହୋଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗଦେଇ କହିଛନ୍ତି ଯେ ରାଜ୍ୟ ସରକାର ଓ ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀବାସୀଙ୍କ ସମସ୍ୟାର ସମଧାନ ପ୍ରତି ଆଖି ବୁଜି ଦେଇଛନ୍ତି। ଯେଉଁଥିପାଇଁ ରାଜଧାନୀବାସୀ ଦୁର୍ଦ୍ଦଶାରେ ଅଛନ୍ତି। ଆସନ୍ତା […]
ବିଏମ୍‌ସି ନିର୍ବାଚନ ପାଇଁ ମାନସମନ୍ଥନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial