‘ଶତାକ୍ଷୀ ମହିଳା ସଂଗଠନ’ର ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ କେ-୪ କଳିଙ୍ଗ ନଗରଠାରେ ପ୍ଲାଷ୍ଟିକ ବର୍ଜନ ସଚେତନତା ଅଭିଯାନ ଅନୁଷ୍ଠିିତ ହୋଇଯାଇଛି। ଏଥିରେ ପଦାର୍ଥ ବିଜ୍ଞାନୀ ନିରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଗଠନର ସଭାନେତ୍ରୀ ସବିତା ପୃଷ୍ଟିଙ୍କ ସଭାପତିିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ପରିବେଶ ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ର ଓ ସମ୍ମାନିତ ଅତିଥି ଭାବେ ରଘୁନାଥ ପୃଷ୍ଟି ଯୋଗ ଦେଇଥିଲେ। ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ନେଇ ପ୍ଲାଷ୍ଟିକ୍‌ ବର୍ଜନ ଉପରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାକ୍ଷୀର ସମ୍ପାଦିକା ମମତା ବିଶ୍ୱାଳ, ଉପସଭାପତି ଭାଗ୍ୟବତୀ ମଲ୍ଲିକ, ମୀରା ରଥ ଓ ଉର୍ମିଳା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ରାଲି ପୂର୍ବରୁ ହତ୍ୟା, ସିିସିଟିଭି ଓ ମୋବାଇଲ୍‌ ଡାଟା ଯାଞ୍ଚ:ସେଲୁନ୍‌ବାଲା ଚିହ୍ନିଲେ

Wed Aug 22 , 2018
ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଆଇଆର୍‌ସି ଭିଲେଜର ଏକ ସରକାରୀ ସ୍କୁଲ୍‌ ପରିସରରେ ଘଟିଥିବା ହତ୍ୟା ଘଟଣାକୁ ନେଇ ଚର୍ଚା ଜୋର୍‌ ଧରିଛି। ହତ୍ୟାର ଶିକାର ହୋଇଥିବା ପୂର୍ଣ୍ଣଚନ୍ଦ୍ର ରାଜନୀତି କରିବାକୁ ଲକ୍ଷ୍ୟ ରଖିଥିଲେ। ସେଥିପାଇଁ ଗଳିକନ୍ଦିରେ ତାଙ୍କ ନାଁରେ ପୋଷ୍ଟର୍‌ ମରାଯାଇଥିଲା। ବୁଧବାର ବସ୍ତିର ସମସ୍ୟା ନେଇ ରାଲି କରିଥାନ୍ତେ। ସମସ୍ତ ପ୍ରସ୍ତୁତି ବି ସରିଥିଲା। ହେଲେ ରାଲି ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା। ଏହା ପଛରେ ରାଜନୈତିକ ଶତ୍ରୁତା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial