ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ

ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ

ଚନ୍ଦ୍ରଶେଖରପୁର: ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆଜି ଟାଟାଗ୍ରୁପ୍‍ର ଚେୟାରମ୍ୟାନ୍‍ ଏମେରିଟସ୍‍ ରତନ ଟାଟାଙ୍କୁ ‘ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶ୍ରୀ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ସମୟରେ ଟାଟା ଗ୍ରୁପ୍‍ର ଅଧ୍ୟକ୍ଷ ଏନ୍‍ ଚନ୍ଦ୍ରଶେଖରନ୍‍ ଓ ତିନି ଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‍ ଉପସ୍ଥିତ ଥିଲେ। ଏହି ଅବସରରେ ରତନ ଟାଟା ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇ କହିଲେ, ଏହି ସମ୍ମାନ ମୋତେ ପ୍ରଦାନ କରିଥିବାରୁ ମୁଁ ବହୁତ ଖୁସି ଓ ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ।
ରତନ ଟାଟାଙ୍କ ସମାଜସେବା ଓ ନେତୃତ୍ବ ପିଲାଟି ଦିନରୁ ମୋତେ ପ୍ରଭାବିତ କରିଛି, ଆଜି ଏହି ସମ୍ମାନ ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେ କରୁଥିବା ଶ୍ରୀ ସାମନ୍ତ କହିଛନ୍ତି। ସାମାଜିକ ବିକାଶ ପ୍ରତି ପ୍ରତିବଦ୍ଧତା ଓ କର୍ପୋରେଟ ନେତୃତ୍ୱ କ୍ଷେତ୍ରରେ ସେ ସୃଷ୍ଟି କରିଥିବା ଉଦାହରଣ ପାଇଁ ତାଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ବିଶ୍ୱର ବହୁ ରାଷ୍ଟ୍ରନେତା, ନୋବେଲ୍‍ ବିଜେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

Share Now:

Kalinga News Beuro

Next Post

ତାଳଚେରରେ ବିପୁଳ ପରିମାଣର ଧଳାଜହର ଜବତ : ଦୁଇ ଯୁବକ ଗିରଫ

Tue Apr 23 , 2024
ଭୁବନେଶ୍ୱର: ଅନୁଗୁଳ ପୁଲିସର ସହାୟତାରେ ଭୁବନେଶ୍ୱର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ତାଳଚେର ଅଞ୍ଚଳରୁ ସୋମବାର ବିପୁଳ ପରିମାଣର ଧଳାଜହର ଜବତ କରିଛି। ଏହି ବେଆଇନ୍‌ କାରବାରରେ ସଂପୃକ୍ତ ଦୁଇ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ରକିବୁଲ ସେକ୍‌ (୪୩) ଓ ତାଳଚେରର ବିଜୟ ବୀରବର୍ମା (୨୬)। ବେଆଇନ୍‌ ବ୍ରାଉନ୍‌ସୁଗାର କାରବାର ନେଇ ଏସ୍‌ଟିଏଫ୍‌ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ତାଳଚେର ଅଞ୍ଚଳର […]
ତାଳଚେରରେ ବିପୁଳ ପରିମାଣର ଧଳାଜହର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial