ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ

ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ

ନୂଆପଡ଼ା: ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ। ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡ଼ିଛି। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଵାଦୀ ଗ୍ରାମଠାରେ ଥିବା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜନ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରଧାନ ଶିକ୍ଷକ ସୁଜନ କୁମାର ସାହୁ ନିଜ ଶିକ୍ଷକ ରାମକୃଷ୍ଣ ପ୍ରଦାନଙ୍କଠାରୁ ସର୍ଭିସ ବୁକ ଠିକ କରିବା ନେଇ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଗତକାଲି ଶିକ୍ଷକଙ୍କଠାରୁ ୩ହଜାର ଟଙ୍କା ନେଇଥିବା ପ୍ରଧାନ ଶିକ୍ଷକ ଆଜି ୪୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଦ୍ୟାଳୟରେ ହେଉଥିବା ଲାଞ୍ଚ କାରବାର ପଦାରେ ପଡ଼ିବା ସହ ପ୍ରଧାନ ଶିକ୍ଷକଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। ଭବାନୀପାଟଣା ଭିଜିଲାନ୍ସ ଟିମରେ ଡ଼ିଏସପି ସତ୍ୟବାନ ମହାନନ୍ଦ, ରୂପଧର ନାୟକ, ଇନସ୍ପେକ୍ଟର ଦୀନବନ୍ଧୁ ବେହେରା, ପ୍ରମିଳା ସୁନାଙ୍କ ସମେତ ଅନ୍ୟ କର୍ମଚାରୀ ଥିଲେ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ବୁଝାମଣା ପାଇଁ ପଞ୍ଜଶିରରେ ତାଲିବାନ୍‌ ପ୍ରତିନିଧି ଦଳ

Wed Aug 25 , 2021
ନୂଆଦିଲ୍ଲୀ: ବୁଝାମଣା ପାଇଁ ୪୦ ସଦସ୍ୟବିଶିଷ୍ଟ ତାଲିବାନ୍‌ ପ୍ରତିନିଧି ଦଳ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଥିଲେ, କିନ୍ତୁ ଉକ୍ତ ଆଲୋଚନାର ଫଳାଫଳ ଅସ୍ପଷ୍ଟ ରହିଛି। ତାଲିବାନ୍-ବିରୋଧୀ ଦଳ ଟୁଇଟ୍‌ କରିଛନ୍ତି, ଦୁଇଟି ଉପାୟ ଅଛି। ସେମାନେ ଖୋରସାନ୍‌ ଜନତାଙ୍କ ନୈତିକତା ଗ୍ରହଣ କରିବେ ନତୁବା ପ୍ରତି‌ରୋଧ ଘୋଷଣା କରାଯିବ। ତାଲିବାନ କ୍ଷମତା ଅଧିକାର କରିବା ପରେ ଆପଣାକୁ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଘୋଷିତ କରିଥିବା ବିତାଡ଼ିତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ […]
ବୁଝାମଣା ପାଇଁ ପଞ୍ଜଶିରରେ ତାଲିବାନ୍‌-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial