ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର: ଟାଟା ମୋଟର୍ସ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ୱର ରାଓଙ୍କୁ ଗିରଫ କରିଛି। କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ସର୍ବେଶ୍ୱରଙ୍କୁ ବୁଧବାର ରାତିରେ ବ୍ରହ୍ମପୁରରୁ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ସର୍ବେଶ୍ୱର ରାଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟରେ ମଧ୍ୟସ୍ଥି କରୁଥିଲେ। ବ୍ରହ୍ମପୁର ସିଟି କଲେଜରୁ ଅବସର ନେଇଥିବା ଅଧ୍ୟକ୍ଷ ଶ୍ରୀ ରାଓ ଲୋକଙ୍କ ଠାରୁ ବାୟୋଡାଟା ଆଣୁଥିଲେ। ଏହାକୁ ନେଇ ଆକାଶ ପାଠକଙ୍କ ନିକଟରେ ପହଞ୍ଚାଉଥିଲେ। ସେ ଚାକିରି କରାଇଦେବା ପ୍ରତିଶୃତି ଦେଇ ଟଙ୍କା ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

Share Now:

Kalinga News Beuro

Next Post

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ହେବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ

Fri Dec 18 , 2020
ବାରିପଦା: ଶେଷରେ ତତ୍‌ପରତା ଦେଖାଇଲେ ରାଜ୍ୟ ସରକାର। ନବଓଡ଼ିଶାର ଅନ୍ୟତମ ବିନ୍ଧାଣୀ, ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ପ୍ରଜାବତ୍ସଳ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ ନେଇ ଆରମ୍ଭ ହୋଇଛି ଉଦ୍ୟମ। ଆଜି ମୟୂରଭଞ୍ଜ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିବାକୁ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଇଛି। ଏଥିସହିତ […]
ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial