ଘରୋଇ କଳହକୁ କେନ୍ଦ୍ରକରି ଏସିଡ ମାଡ଼ : ଜ‌ଣେ ମହିଳାଙ୍କ ସମେତ ୪ ଗୁରୁତର, ୨ ଗିରଫ

ଏସିଡ ମାଡ଼ରେ ଜ‌ଣେ ମହିଳା

କଣ୍ଟାବାଞ୍ଜି: ଘରୋଇ କଳହକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସାହୁପଡ଼ାରେ ଏସିଡ ମାଡ଼ ଘଟଣା ଘଟିଛି। ଏହି ଆକ୍ରମଣ ଘଟଣାରେ ଚାରି ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିମାନେ ହେଲେ ସୁବାଷ ସାହୁ, ଖବ ସାହୁ, ଜଗବନ୍ଧୁ ସାହୁ ଓ ସଂଜୁ ସାହୁ। ଏହି ଆକ୍ରମଣ ଘଟରାରେ ପୁଲିସ ଦୁଇ ଜଣ ଅଭିଯୁକ୍ତ ତୁଳସୀ ସାହୁ ଓ ନେପାଳ ସାହୁଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ ସାହୁପଡ଼ାରେ ଆଜି ୨ଟି ପରିବାର ମଧ୍ୟରେ ଘରୋଇ କଳହ ହୋଇଥିଲା। ଝଗଡ଼ା ବଢ଼ିବାରୁ ୪ ଜଣଙ୍କ ଉପରେ ଏସିଡ ମାଡ଼ ହୋଇଥିଲା। ଏଥିରେ ସୁବାଷ ସାହୁ, ଖଗ ସାହୁ, ଜଗବନ୍ଧୁ ସାହୁ ଓ ସଂଜୁ ସାହୁ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ତୁଳସୀ ସାହୁ ଓ ନେପାଳ ସାହୁ ଗିରଫ ହୋଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Share Now:

Kalinga News Beuro

Next Post

ଜାଲିଆତି ଅଭିଯୋଗରେ ଘରୋଇ ନର୍ସିଂ କଲେଜ ମାଲିକ ଗିରଫ

Fri Apr 7 , 2023
ଛେଣ୍ଡିପଦା: ଜାଲିଆତି ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଏକ ଘରୋଇ ନର୍ସିଂ କଲେଜ ଅଧ୍ୟକ୍ଷ ତଥା ମାଲିକ ଅନୁଗୁଳ ସଦର ଥାନା କାଙ୍ଗୁଲା ଗ୍ରାମର କୈଳାସ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଏହି ନର୍ସିଂ କଲେଜରେ ପଢ଼ୁଥିବା ଆଦିବାସୀ ଛାତ୍ରୀ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୁଳା ଥାନା ଝରାବେଣୀ ଗ୍ରାମର ପ୍ରିୟଙ୍କା ନାଏକ(୨୧), ପରା ଗ୍ରାମର ସୁମତି ମାହାର(୨୦) ଓ ଛେଣ୍ଡିପଦା […]
ନର୍ସିଂ କଲେଜ ମାଲିକ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial