ପୁଲିସ ଗାଡ଼ି ଧକ୍କାରେ ଜିଆରଏସଙ୍କର ମୃତ୍ୟୁ: ୩ ପୁଲିସ୍ ଅଧିକାରୀ ଗୁରୁତର

ପୁଲିସ ଗାଡ଼ି ଧକ୍କାରେ ଜିଆରଏସଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପୁଲିସ ଗାଡ଼ି ଧକ୍କାରେ ଜଣେ ଜିଆରଏସଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ପାଖାପାଖି ସାଢେ ୧୧ଟା ସମୟରେ ମାଥିଲି ଥାନା ଆଇଆଇସି ରଘୁନନ୍ଦନ ମାଝି, ଏଏସ୍ ଆଇ ନରେନ୍ଦ୍ର ଭତ୍ରା ଓ ଏସଆଇ କୃତ୍ତିବାସ ବେହେରା ପ୍ରମୁଖ ପୁଲିସ୍ ଗାଡ଼ିରେ ମାଲକାନଗିରି ଅଭିମୁଖେ ଯାଉଥିଲେ। ମାଥିଲି ଥାନା ନିକଟରେ ଜାତୀୟ ରାଜପଥ-୩୨୬ରେ ଗାଡ଼ି ସହ ସାମ୍ନା ପଟୁ ନିଜ ସ୍କୁଟିରେ ଆସୁଥିବା ନାୟକଗୁଡ଼ା ଗ୍ରାମପଞ୍ଚାୟତର ଜିଆରଏସ ବାଲରାଜ ସାହୁଙ୍କର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ବାଲରାଜ ସାହୁ ପ୍ରାୟ ୩୦ ଫୁଟ୍ ଉପରକୁ ଯାଇ ତଳେ କଚାଡ଼ି ହୋଇପଡ଼ିଥିଲେ। ଏହାଫଳରେ ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏଣେ ପୁଲିସ୍ ଗାଡ଼ିଟି ଓଲଟି ଯାଇଥିଲା। ଏଥିଯୋଗୁ ଗାଡ଼ି ଭିତରେ ଥିବା ମାଥିଲି ଥାନା ଆଇଆଇସି ରଘୁନନ୍ଦନ ମାଝି, ଏଏସ୍ ଆଇ ନରେନ୍ଦ୍ର ଭତ୍ରା ଓ ଏସଆଇ କୃତ୍ତିବାସ ବେହେରା ଗୁରୁତର ଆହତ ହୋଇଥିଲେ। ଏହାପରେ ରଘୁନନ୍ଦନ ମାଝିଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Share Now:

Kalinga News Beuro

Next Post

ଲୋକାରଣ୍ୟ ଭୁବନେଶ୍ୱର ରେଳ ଷ୍ଟେସନ : ସାମାଜିକ ଦୂରତାକୁ ଫୁ

Tue Sep 8 , 2020
କରୋନା ହେଲେ ବଞ୍ଚିଯିବୁ, କାମ ନ ମିଳିଲେ ମରିଯିବୁ ଭୁବନେଶ୍ବର: ବାବୁ କାମକୁ ଡକେଇଛନ୍ତି। କାଲି ସନ୍ଧ୍ୟାରୁ ହାଓଡ଼ାରୁ ଆସିଲୁଣି। ପୁନେକୁ ଟ୍ରେନ୍‌ ଗଡ଼ିଲେ ଯିବୁ। ୬ମାସ ହେଲା ହାତକୁ ଟଙ୍କାଟେ ଆସିନି। ପାଖରେ ଏତେ ପଇସା ନାହିଁ ଯେ କେଉଁ ଲଜ୍‌ରେ ରହିଯିବୁ। ତେଣୁ ଏଇ ପ୍ଲାଟ୍‌ଫର୍ମରେ ଶୋଇ ପଡ଼ିଥିଲୁ। ଏଠି ଏତେ ଭିଡ଼ ଯେ କାହାଠୁ ଦୂରେଇ ଶୋଇବା ସମ୍ଭବ ନୁହେଁ। କରୋନାକୁ କାହାର ଡର ନାହିଁ, […]
ଲୋକାରଣ୍ୟ ପ୍ଲାଟ୍‌ଫର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial