ପିଏଫଆଇ ଉପରେ ଏନଆଇଏ ଚଢଉ : ଶହେରୁ ଅଧିକ ଗିରଫ

ପିଏଫଆଇ ଉପରେ ଏନଆଇଏ ଚଢଉ

ବିପୁଳ ପରିମାଣରେ ଆପତ୍ତିଜନକ ସାମଗ୍ରୀ ଜବତ

ନୂଆଦିଲ୍ଲୀ : ମୌଳବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଚଢଉ ଶେଷ ହୋଇଛି। ଏହି ଚଢଉ ବେଳେ ପିଏଫଆଇର ଶତାଧିକ କର୍ମକର୍ତ୍ତା ଗିରଫ ହୋଇଥିବାବେଳେ ଅନେକ ପ୍ରକାରର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏସବୁ ସାମଗ୍ରୀକୁ ପ୍ରମାଣଭାବେ ବିଭିନ୍ନ କୋର୍ଟରେ ଦାଖଲ କରାଯିବ। ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ, ଏହି ଚଢଉ ବେଶ ଶାନ୍ତିପୂର୍ଣ୍ଣ ଥିଲା ଓ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା। ତେବେ କେରଳ, ଆସାମ, ତାମିଲନାଡୁ ପରି କେତେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚେନ୍ନାଇରେ ପିଏଫଆଇ କର୍ମୀମାନେ ରାସ୍ତା ରୋକ କରିଥିବାବେଳେ କେରଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ କେରଳରେ ବନ୍ଦ ଡକରା ଦିଆଯାଇଛି। ଗତ କିଛି ବର୍ଷରେ ଦେଶର ହୋଇଥିବା ଅନେକ ହିଂସା ଘଟଣାରେ ପିଏଫଆଇର ହାତ ଥିବା ଏନଆଇଏ ଜାଣିବାକୁ ପାଇଛି। ଦେଶରେ ସାଂପ୍ରଦାୟିକ ସଦ୍ଭାବକୁ ବିଗାଡ଼ିବାକୁ ପିଏଫଆଇ କାମ କରୁଥିବା ଜଣାପଡ଼ିଛି। ତେବେ ଗୃହ ମନ୍ତ୍ରାଳୟ ଓ ଗୁଇନ୍ଦା ଏଜେନ୍ସିମାନେ ଗତ କିଛି ବର୍ଷ ହେଲା ପିଏଫଆଇର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ଗୁରୁବାର ହୋଇଥିବା ଚଢଉରେ ପିଏଫଆଇର ଅନେକ ବରିଷ୍ଠ କର୍ମକର୍ତ୍ତା ଗିରଫ ହୋଇଛନ୍ତି। ଏହି ଚଢଉ ଦ୍ବାରା ପିଏଫଆଇ ପ୍ରତି ଏକ ବଡ଼ ଧକ୍କା ବୋଲି ମନେ କରାଯାଉଛି। ଆଗାମୀ ଦିନରେ ପିଏଫଆଇକୁ ନିଷିଦ୍ଧ କରିବା ଉପରେ ସରକାର ବିଚାର କରୁଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପ଼ଡ଼ିଛି।

Share Now:

Kalinga News Beuro

Next Post

ହିଜାବ ମାମଲା : ୧୦ଦିନ ପର୍ଯ୍ୟନ୍ତ ଶୁଣାଣି କରିବା ପରେ ଆଜି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

Thu Sep 22 , 2022
ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟ ୧୦ଦିନ ପର୍ଯ୍ୟନ୍ତ ଶୁଣାଣି କରିବା ପରେ ଆଜି ରାୟ ସଂରକ୍ଷିତ ରଖିଛନ୍ତି। କର୍ଣ୍ଣାଟକର ବିଦ୍ୟାଳୟରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରାଯାଇଥିଲା। ଦୀର୍ଘ ୧୦ଦିନ ଧରି ଏହି ପିଟିସନ ଉପରେ ଶୁଣାଣି ହେବା ପରେ ଆଜି ରାୟ ସଂରକ୍ଷିତ ରଖାଯାଇଛି। ରାୟ ସଂରକ୍ଷିତ ରଖି ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ […]
ହିଜାବ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial