ହିଜାବ ମାମଲା : ୧୦ଦିନ ପର୍ଯ୍ୟନ୍ତ ଶୁଣାଣି କରିବା ପରେ ଆଜି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ହିଜାବ ମାମଲା

ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ସୁପ୍ରିମକୋର୍ଟ ୧୦ଦିନ ପର୍ଯ୍ୟନ୍ତ ଶୁଣାଣି କରିବା ପରେ ଆଜି ରାୟ ସଂରକ୍ଷିତ ରଖିଛନ୍ତି। କର୍ଣ୍ଣାଟକର ବିଦ୍ୟାଳୟରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରାଯାଇଥିଲା। ଦୀର୍ଘ ୧୦ଦିନ ଧରି ଏହି ପିଟିସନ ଉପରେ ଶୁଣାଣି ହେବା ପରେ ଆଜି ରାୟ ସଂରକ୍ଷିତ ରଖାଯାଇଛି। ରାୟ ସଂରକ୍ଷିତ ରଖି ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ଏହି ବିଷୟକୁ ନେଇ ଆମର ହୋମୱାର୍କ ଏବଂ ପଢ଼ିବାର ସମୟ ଆସିଛି। ତେବେ ଆବେଦନକାରୀଙ୍କ ପକ୍ଷରୁ ୨୦ଜଣ ଓକିଲ ନିଜର ପକ୍ଷ ରଖିଥିବା ବେଳେ ସଲିସିଟିର ଜେନେରାଲ (ଏସ୍‌ଜି) ତୁଷାର ମେହଟା କର୍ଣ୍ଣାଟକ ସରକାରଙ୍କ ପକ୍ଷ ରଖିଥିଲେ। ଏସ୍‌ଜି ତୁଷାର ମେହଟା ହିଜାବ ବିବାଦ ମାମଲାରେ ପିଏଫଆଇର ହାତ ଥିବା ନେଇ ଅଭିଯୋଗ କରିବା ପରେ ଏହାକୁ ନିନ୍ଦା କରିଥିଲେ ବିପକ୍ଷ। ବୁଧବାର ତୁଷାର ମେହଟା କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ତାଙ୍କ ଯୁକ୍ତି ରଖି କହିଥିଲେ ଯେ ଇସ୍‌ଲାମ ପାଇଁ ହିଜାବ ଅନିବାର୍ଯ୍ୟ ନୁହେଁ। ଇରାନ୍‌ ଭଳି ଇସ୍‌ଲାମିକ ରାଷ୍ଟ୍ରରେ ହିଜାବ ବିରୋଧରେ ଜୋରଦାର ଆନ୍ଦୋଳନ ହେଉଛି ଏବଂ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। କୋରାନରେ ହିଜାବକୁ ନେଇ ଯାହା ଉଲ୍ଲେଖ ରହିଛି ତାହା କେଉଁଠି ବି ଏକ ଅତ୍ୟାବଶ୍ୟକ ଧାର୍ମିକ ଅଭ୍ୟାସ ବୋଲି ଦର୍ଶାଉନାହିଁ। ତେବେ ଦୀର୍ଘ ୧୦ଦିନ ମଧ୍ୟରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଏବେ ରାୟ ସଂରକ୍ଷିତ କରିଛନ୍ତି ସୁପ୍ରିମକୋର୍ଟ।

Share Now:

Kalinga News Beuro

Next Post

ସ୍ପେନ୍ ବଦଳରେ ପର୍ତ୍ତୁଗାଲ୍‌ରେ ଅବତରଣ କଲା ରାଇନେୟାର୍ ବିମାନ

Thu Sep 22 , 2022
ନୂଆଦିଲ୍ଲୀ: ସ୍ପେନ୍‌ ଅଭିମୁଖେ ଯାଉଥିବା ରାଇନେୟାର୍‌ର ଗୋଟାଏ ବିମାନ ସେଠାକୁ ନ ଯାଇ ୩୦୦ କିଲୋମିଟର୍‌ ଦୂର ଦେଶ ପର୍ତ୍ତୁଗାଲ୍‌ରେ ଅବତରଣ କରିବାରୁ ଯାତ୍ରୀମାନେ ଆଚମ୍ବିତ ହୋଇଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ରାଇ‌ନେୟାର୍‌ ବିମାନଟି ସେପ୍ଟେମ୍ବର ୧୬ ତାରିଖ ରାତିରେ ଡବ୍‌ଲିନ୍‌ରୁ ପର୍ତ୍ତୁଗାଲ୍‌ର ଫେରୋ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ, ଅବତରଣ କରିବା ପରେ ଯାତ୍ରୀମାନେ ସେମାନଙ୍କ ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳଠାରୁ ୩୦୦ କିଲୋମିଟର୍‌ ଦୂର ସ୍ପେନ୍‌ର ମାଲାଗାରେ ପହଞ୍ଚିଥିବା ଜାଣିବାକୁ […]
ରାଇନେୟାର୍ ବିମାନ

ଆହୁରି ପଢ଼ନ୍ତୁ