ସ୍ପେନ୍ ବଦଳରେ ପର୍ତ୍ତୁଗାଲ୍‌ରେ ଅବତରଣ କଲା ରାଇନେୟାର୍ ବିମାନ

ରାଇନେୟାର୍ ବିମାନ

ନୂଆଦିଲ୍ଲୀ: ସ୍ପେନ୍‌ ଅଭିମୁଖେ ଯାଉଥିବା ରାଇନେୟାର୍‌ର ଗୋଟାଏ ବିମାନ ସେଠାକୁ ନ ଯାଇ ୩୦୦ କିଲୋମିଟର୍‌ ଦୂର ଦେଶ ପର୍ତ୍ତୁଗାଲ୍‌ରେ ଅବତରଣ କରିବାରୁ ଯାତ୍ରୀମାନେ ଆଚମ୍ବିତ ହୋଇଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ରାଇ‌ନେୟାର୍‌ ବିମାନଟି ସେପ୍ଟେମ୍ବର ୧୬ ତାରିଖ ରାତିରେ ଡବ୍‌ଲିନ୍‌ରୁ ପର୍ତ୍ତୁଗାଲ୍‌ର ଫେରୋ ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ, ଅବତରଣ କରିବା ପରେ ଯାତ୍ରୀମାନେ ସେମାନଙ୍କ ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳଠାରୁ ୩୦୦ କିଲୋମିଟର୍‌ ଦୂର ସ୍ପେନ୍‌ର ମାଲାଗାରେ ପହଞ୍ଚିଥିବା ଜାଣିବାକୁ ପାଇଥିଲେ। ପରେ ପ୍ରକୃତ ଘଟଣା କ’ଣ ବୁଝିବା ବେଳେକୁ ‘ଏୟାର୍‌ ‌ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ‘ଏଟିସି’ ଧର୍ମଘଟ ଯୋଗୁଁ ଉକ୍ତ ରାଇନେୟାର୍‌ ବିମାନ ଫେରୋ ବିମାନ ବନ୍ଦରର କର୍ଫ୍ୟୁ ସମୟ (ରାତ୍ରକାଳୀନ ବିମାନ ଉଡ଼ାଣ ସମୟ) ପୂର୍ବରୁ ପହଞ୍ଚି ନ ପାରିବାରୁ ସ୍ପେନୀୟ ବିମାନ ବନ୍ଦରରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଫରାସୀ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଧର୍ମଘଟଜନିତ ଅସୁବିଧା ନିମନ୍ତେ ରାଇନେୟାର୍‌ ଯାତ୍ରୀମାନଙ୍କୁ କ୍ଷମା ମାଗିବା ସହ ବିମାନକୁ ପର୍ତ୍ତୁଗାଲ୍‌ରୁ ସ୍ପେନ୍‌ ନେବାକୁ ବାଧ୍ୟ ହୋଇଥିଲା। ଜଣେ ଯାତ୍ରୀ ଟୁଇଟ୍‌ କରିଛନ୍ତି ଯେ, ଫେରୋ ବିମାନ ବନ୍ଦରରେ କର୍ଫ୍ୟୁ ଆରମ୍ଭ ହେବାର ୧ ଘଣ୍ଟା ପୂର୍ବରୁ (ରାତି ପ୍ରାୟ ୧ଟା) ବିମାନଟି ଡବ୍‌ଲିନ୍‌ରୁ ଉଡ଼ାଣ ଆରମ୍ଭ କରିଥିଲା। ରାଇନେୟାର୍‌ର ଜଣେ ମୁଖପାତ୍ର କହିଛନ୍ତି ଯେ, ଆମ ନିୟନ୍ତ୍ରଣ ବାହାରେ ଥିବା ପରିସ୍ଥିତି ଯୋଗୁଁ ଶୁକ୍ରବାର ଦିନ ଡବ୍‌ଲିନ୍‌ରୁ ଫେରୋ ଅଭିମୁଖେ ଯାତ୍ରା କରୁଥିବା ବିମାନଟିକୁ ସ୍ପେନ୍‌ ନେବାକୁ ପଡ଼ିଲା। ସୂଚନାଯୋଗ୍ୟ, ବିମାନରେ ଥିବା ୧୫୭ଜଣ ଯାତ୍ରୀ ପୁଣି ବସ୍‌ ଯୋଗେ ୫ ଘଣ୍ଟା କାଳ ଯାତ୍ରା କରି ପର୍ତ୍ତୁଗାଲ୍‌ସ୍ଥିତ ନିଜ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ।

Share Now:

Kalinga News Beuro

Next Post

ବଣ୍ଡାଘାଟିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ

Thu Sep 22 , 2022
ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତର ଭେଜାଗୁଡା,ବିଷେଇଗୁଡା, ଖାଲଗୁଡା, ପାତ୍ରପୁଟ, ଅଣ୍ଡେଇପଦର, ସିନ୍ଧିପୁଟ ଏବଂ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାର ରାଙ୍ଗାବାୟାଲୁ ପଞ୍ଚାୟତର କୁସୁମପୁଟ,ମାଟାମପୁଟ, ଯୋଡିଗୁମ୍ମା ଗ୍ରାମର ୭୦୦ ମାଓ ସମର୍ଥକ ଓ ୩୦୦ ମିଲିସିଆ ମାଲକାନଗିରି ପୁଲିସ ଏବଂ ବିଏସଏଫ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଗକୁ ନକ୍ସଲର ହାତ ଛାଡି ବିକାଶର ପଥ ଧରିବୁ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ଏହି ଅଞ୍ଚଳରେ ମାଓ ସାମଗ୍ରୀ ସହ […]
ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial