ଚୀନ ସୀମାରେ ଏସ-୪୦୦ ମୁତୟନ କରିବ ଭାରତ

ଚୀନ ସୀମାରେ ଏସ-୪୦୦ ମୁତୟନ କରିବ ଭାରତ

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଚୀନର ଲଢୁଆ ବିମାନ ଗୁଡ଼ିକ ବାରମ୍ବାର ଉଡ଼ାଣ କରୁଥିବାରୁ ଭାରତର ଚିନ୍ତା ବଢିଯାଇଛି। ଚୀନ ଭାରତକୁ ଉସୁକାଇବାକୁ ଚେଷ୍ଟା କରୁଥିବାବେଳେ ଭାରତ ସଂଯମତା ଅବଲମ୍ବନ କରୁଛି। ତେବେ ଏହି ବିପଦର ମୁକାବିଲା କରିବାକୁ ଭାରତ ଏସ-୪୦୦ ଟ୍ରିଅମ୍ଫ ଏୟାର ଡିଫେନ୍ସ ସିଷ୍ଟମ ଲଦାଖରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୩-୪ ମାସରେ ଏହାକୁ ମୁତୟନ କରାଯାଇପାରେ। ରୁଷଠାରୁ ମିଳିଥିବା ପ୍ରଥମ ଏସ-୪୦୦ ପାକିସ୍ତାନ ସୀମାରେ ମୁତୟନ ହୋଇଛି। ୨ୟ ଏସ-୪୦୦ ଯୋଗାଣ ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ଚୀନ ସୀମାରେ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ମୁତୟନ ପରେ ଶତ୍ରୁପକ୍ଷର ଯେକୌଣସି ଲଢୁଆ ବିମାନ, ଡ୍ରୋନ, କ୍ଷେପଣାସ୍ତ୍ର ଆଦିକୁ ଏହା ଠାବ କରି ନଷ୍ଟ କରିଦେବ।
ସୂଚନାଯୋଗ୍ୟ ଯେ, ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା)ର ଚୁକ୍ତି ହୋଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ପ୍ରଥମ ରେଜିମେଣ୍ଟର ଯୋଗାଣ ପ୍ରାୟ ଏକ ବର୍ଷ ବିଳମ୍ବିତ ହୋଇଥିଲା ଓ ୨୦୨୦ ବଦଳରେ ୨୦୨୧ ଡିସେମ୍ବରରେ ପ୍ରଥମ ରେଜିମେଣ୍ଟ ଯୋଗାଣ ହୋଇଥିଲା। ଚଳିତ ବର୍ଷ ଆରମ୍ଭରେ ଏହାର ମୁତୟନ କାମ ସଂପୂର୍ଣ୍ଣ ହୋଇଛି।

Share Now:

Kalinga News Beuro

Next Post

ପକ୍ସୋ କୋର୍ଟରେ ୨ ଦୁଷ୍କର୍ମ ମାମଲାର ରାୟ : ଜଣେ ଦୋଷୀକୁ ୧୦ ବର୍ଷ, ଅନ୍ୟ ଜଣକୁ ୯ ବର୍ଷ ଜେଲ

Mon Jul 25 , 2022
ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟରେ ଜୁଲାଇ ୨୩ ତାରିଖରେ ପୃଥକ ପୃଥକ ଦୁଇଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଧମକ ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟ ପ୍ରିଜାଇଡିଂ ଅଫିସର ମହେନ୍ଦ୍ର କୁମାର ସୂତ୍ରଧର ଦୁଇ ମାମଲାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡ ଓ ଜରିମାନା ଆଦେଶ କରିଛନ୍ତି। ଜଣେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଓ ଅନ୍ୟ ଜଣକୁ […]
ପକ୍ସୋ କୋର୍ଟରେ ୨ ଦୁଷ୍କର୍ମ ମାମଲାର ରାୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial