ମୋଦୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ମନ୍ତ୍ରୀପଦ ହରାଇଲେ ମାଳଦ୍ୱୀପର ୩ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପର ୩ ମନ୍ତ୍ରୀ ନିଜର ପଦ ହରାଇଛନ୍ତି। ମାଳଦ୍ୱୀପ ସରକାର ରବିବାର ନିଜର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ମରିୟମ୍ ଶ୍ୟୁନା, ମାଲସା ଓ ହାସନ ଜିହାନ୍। ଲାକ୍ଷାଦ୍ୱୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବିରୋଧରେ ଅପମାନଜନକ ଏବଂ ଜାତିବାଦୀ ମନ୍ତବ୍ୟ ଦେଇଥିବାରୁ ଭାରତୀୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ପରେ ଏହି ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।
ଏହା ପୂର୍ବରୁ ମାଳଦ୍ୱୀପର ଯୁବ ବ୍ୟାପାର ମନ୍ତ୍ରୀ ମରିୟମ ସିଉନା ଏକ୍ସରେ ଲେଖିଥିଲେ ଯେ ମୋଦୀ ହେଉଛନ୍ତି ଜଣେ ଜୋକର ଓ ଇସ୍ରାଏଲର ଗୋଡ଼ାଣିଆ। ପୁଣି ଭାରତୀୟ ହୋଟେଲ ଗୁଡ଼ିକୁ ଗନ୍ଧବାହାରେ ବୋଲି ସେ ଲେଖିଥିଲେ। ଏହାକୁ ନେଇ ବିବାଦ ହେବା ପରେ ସେ ନିଜର ଟୁଇଟ ଡିଲିଟ କରିଦେଇଥିଲେ। ସେହିପରି ଅନ୍ୟ ଦୁଇ ମନ୍ତ୍ରୀ ବି ଭାରତ ବିରୋଧରେ ବୟାନ ଦେଇଥିଲେ। ଏହାକୁ ନେଇ ବଡ଼ ବିବାଦ ହେବା ପରେ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି। ହଜାର ହଜାର ଭାରତୀୟ ମାଳଦ୍ୱୀପ ଗସ୍ତକୁ ବାତିଲ କରିଦେଇଛନ୍ତି। ଏହାକୁ ନେଇ ମାଳଦ୍ୱୀପ ସରକାରଙ୍କ ଚିନ୍ତା ବଢିଯାଇଛି। ଭାରତ ସହ ସମ୍ପର୍କ ରକ୍ଷା ପାଇଁ ମାଳଦ୍ୱୀପ ସରକାର ଏହି ୩ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Share Now:

Kalinga News Beuro

Next Post

ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଲଗାଇବା ଘଟଣାରେ ସାମିଲ ଥିବା ଶିକ୍ଷକ ଗିରଫ

Sun Jan 7 , 2024
ନୂଆଦିଲ୍ଲୀ: ଛତିଶଗଡ଼ର ଜଣେ ସ୍କୁଲ ଶିକ୍ଷକଙ୍କୁ ନକ୍ସଲଙ୍କ ସମର୍ଥକ ହେବା ଅଭିଯୋଗକୁ କେନ୍ଦ୍ର କରି ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଛତିଶଗଡ଼ର ଅମ୍ବାଗଢ଼ ଜିଲ୍ଲାରେ ଜଣେ ୨୫ବର୍ଷର ସ୍କୁଲ ଶିକ୍ଷକଙ୍କୁ ନକ୍ସଲଙ୍କ ସମର୍ଥନ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଶିକ୍ଷକ ଗିରଫ ହେବାପରେ ସ୍କୁଲ ପିଲାଙ୍କ ସମେତ ଗ୍ରାମବାସୀଙ୍କ ଏକ ସମୁହ ଏକାଠି ହୋଇ ଶିକ୍ଷକଙ୍କୁ ଛାଡ଼ିବା ପାଇଁ ପୁଲିସ ଷ୍ଟେସନ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି।ଜଣେ ଅଧିକାରୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial