ଆଜି ଲ୍ୟାଣ୍ଡ୍‌ଫଲ୍ କରିବା ପରେ ମଧ୍ୟ ଆସନ୍ତାକାଲି ସକାଳ ଯାଏଁ ‘ଅମ୍ଫାନ୍’ର ପ୍ରକୋପ ରହିବ: ଆଇଏମ୍‌ଡି

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉପକୂଳରେ ବାତ୍ୟା ଅମ୍ଫାନ୍ ସ୍ଥଳଭାଗରେ ପ୍ରବେଶ କରି କ୍ରମଶଃ ଦୁର୍ବଳ ହେବା ପୂର୍ବରୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ବାତ୍ୟା ସମ୍ବନ୍ଧୀୟ ନ୍ୟାସ୍‌ନାଲ୍ ବୁଲେଟିନ୍‌ରେ ଆଜି ଭାରତୀୟ ପାଣିପାଗ ବିଭାଗ ଏଭଳ ସୂଚନା ଦେଇଛି। ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି, ମେ ୨୧ ତାରିଖ ସକାଳ ଯାଏଁ ବାତ୍ୟାର ତୀବ୍ରତା ବଜାୟ ରହିବ। ଏହା ପରେ ବାତ୍ୟା ଅମ୍ଫାନ୍ ବାଂଲାଦେଶ ଆକାଶରେ ଗଭୀର ଅବପାତ ପାଲଟିବ। ଅମ୍ଫାନ୍‌ର ପ୍ରଭାବରେ ମେ ୨୦ ରାତି ଓ ୨୧ ତାରିଖ ସକାଳେ ଗାଙ୍ଗେୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ ନଦିଆ ଅଞ୍ଚଳର ଅଭ୍ୟନ୍ତର ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ବତାସ ପ୍ରବାହିତ ହେବ। ମେ ୨୦ ତାରିଖ ଦିନ ପଶ୍ଚିମବଙ୍ଗର ମାଲଦା ଓ ଦିନାଜପୁର ଜିଲ୍ଲାରେ ଏବଂ ହିମାଳୟ ପାଦଦେଶସ୍ଥ ପଶ୍ଚିମବଙ୍ଗରେ ସ୍ୱଳ୍ପରୁ ପ୍ରବଳ ବୃଷ୍ଟିପାତ ହେବ। ମେ ୨୧ ତାରିଖ ଦିନ ପଶ୍ଚିମବଙ୍ଗର ଅଭ୍ୟନ୍ତର ଜିଲ୍ଲାଗୁଡ଼ିକରେ ସ୍ୱଳ୍ପ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଘଣ୍ଟା ପ୍ରତି ୨୯କିମି ବେଗରେ ଗତି କରୁଛି ଅମ୍ଫାନ:ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା

Wed May 20 , 2020
ଭୁବନେଶ୍ୱର: ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ। ବାତ୍ୟା ଯେତିକି ଯେତିକି ପାଖେଇ ଆସୁଛି, ଏହାର ପ୍ରଭାବ ସେତିକି ସେତିକି ଅନୁଭବ କରି ହେଉଛି। ପାରାଦୀପ ଅତିକ୍ରମ କରି ଅମ୍ଫାନ୍ ଏବେ ଭଦ୍ରକ ଓ ବାଲେଶ୍ୱର ଅଭିମୁଖେ ଗତି କରୁଛି। ସୂଚନା ଅନୁସାରେ ପାରାଦୀପଠାରୁ ବର୍ତ୍ତମାନ ୧୪୦କିମି ଦୂରରେ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଦିଗକୁ ଗତି କରୁଛି । ଏହା ଏବେ ଦୀଘାଠାରୁ ୧୨୫କିମି ଦୂରରେ ଥିବା ବେଳେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial