ଦିଲ୍ଲୀବାସୀଙ୍କୁ ସାମୟିକ ଆଶ୍ବସ୍ତି : ସକାଳୁ ହାଲୁକା ବର୍ଷା ପରେ କମିଲା ପ୍ରଦୂଷଣ ଓ ଧୁଆଁ

ଦିଲ୍ଲୀବାସୀଙ୍କୁ ସାମୟିକ ଆଶ୍ବସ୍ତି

ନୂଆଦିଲ୍ଳୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ବଡ଼ ମୁଣ୍ଡବିନ୍ଧା ସାଜିଥିବା ବେଳେ ସେଠାକାର ବାସିନ୍ଦାମାନଙ୍କୁ ଏବେ ସାମାନ୍ୟ ଆଶ୍ବସ୍ତ ଅନୁଭବ ହୋଇଛି। କାରଣ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ନୋଏଡା, ଗୁରୁଗ୍ରାମ ଏବଂ ଏହାର ଆଖପାଖ ଅନେକ ଅଞ୍ଚଳରେ ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ହାଲୁକା ବର୍ଷା ହେବା ପରେ ପ୍ରଦୂଷଣ ଓ ଧୁଆଁ ସମାନ୍ୟ କମିଛି। ବିଷାକ୍ତ ହୋଇ ଯାଇଥିବା ବାୟୁମଣ୍ଡଳର ଅବସ୍ଥା ପୂର୍ବାପେକ୍ଷା ଟିକେ ସୁଧୁରିିଛି ବୋଲି ସୂଚନା ରହିଛି। ଦିଲ୍ଳୀର କର୍ତ୍ତବ୍ୟ ପଥ, ଆଇଟିଓ ଏବଂ ଦିଲ୍ଲୀ-ନୋଏଡା ସୀମାରୁ ଆସିଥିବା ଭିଜୁଆଲଗୁଡିକରୁ ଦେଖିବାକୁ ମିଳିଛି ଯେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ପରେ ପାଗରେ ହଠାତ୍ ପରିବର୍ତ୍ତନ ଘଟିଛି। ଦିଲ୍ଲୀର କନ୍ନାଟ୍ ପ୍ଲେସରେ ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ (ଏକ୍ବିଉଆଇ) ଉନ୍ନତ ହୋଇଛି ଏବଂ ଏହା ‘ଭଲ’ ବର୍ଗରେ ୮୫ ରେ ରେକର୍ଡ ହୋଇଛି।
ପ୍ରଦୂଷଣ କମ କରିବା ପାଇଁ ଦିଲ୍ଲୀରେ କରାଯିବ କୃତ୍ରିମ ବର୍ଷା କରିବା ପାଇଁ ପୂର୍ବରୁ ଦିଲ୍ଳୀ ସରକାର ଯୋଜନା କରିଥିଲେ। ଶୀତ ଆରମ୍ଭ ନହେଉଣୁ ଦିଲ୍ଲୀର ବାୟୁ ମାନ ଖରାପ ହେବାକୁ ଲାଗିଥିବା ଦେଖି ସରକାରଙ୍କ ଚିନ୍ତା ବଢ଼ିଛି। ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ବି ପ୍ରଦୂଷଣ କମ ହେବାର ନାମ ନେଉନାହିଁ। ପରିସ୍ଥିତିକୁ ଦେଖି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଦିନ ଆଇଆଇଟି କାନପୁରର ଏକ ଟିମ୍ ସହିତ ବୈଠକ କରିଥିଲେ। ଟିମ ସହ ସହରରେ ବାୟୁ ମାନରେ ସୁଧାର ଆଣିବା ପାଇଁ କୃତ୍ରିମ ବର୍ଷା କରିବା ପ୍ରସ୍ତାବ ଉପରେ ମନ୍ତ୍ରୀ ଗୋପାଳ ରାୟ ଆଲୋଚନା କରିଥିଲେ।

Share Now:

Kalinga News Beuro

Next Post

ନଡ଼ା ଜଳା ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

Fri Nov 10 , 2023
ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଅଦାଲତ ପୁଣି ଥରେ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। ସୁପ୍ରିମକୋର୍ଟ ନଡ଼ା ଜଳା ଉପରେ ପ୍ରତିବନ୍ଧକ ଲଗାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ରାଜ୍ୟ ସରକାର କରିବାକୁ ପଡ଼ିବ ବୋଲି ଅଦାଲତ ଶୁଣାଣିରେ କହିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ଏସ.କେ କୌଲ୍‌ କହିଛନ୍ତି କି ‘‘ପ୍ରଦୂଷଣର ଉତ୍ସ ସମସ୍ତେ ଜାଣନ୍ତି, କିନ୍ତୁ କାହିଁକି କିଛି କରାଯାଉ ନାହିଁ? ସେ କହିଥିଲେ ଯେ ଆମେ […]
ପ୍ରଦୂଷଣକୁ ନେଇ ଶୁଣାଣି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial