ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଏମ୍‌ସ ଯିବେ ନବୀନ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଦିଲ୍ଲୀ ଏମ୍‌ସରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝିବା ପାଇଁ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଗସ୍ତ କରିବେ। ସେ ଦିଲ୍ଲୀ ଏମ୍ସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି,“ବାଜପେୟୀଜୀଙ୍କ ଦେହ ବହୁତ ଖରାପ ଅଛି। ତେଣୁ ମୁଁ ତାଙ୍କୁ ଦେଖିବାକୁ ଆଜି ଅପରାହ୍ନରେ ଦିଲ୍ଲୀ ଯାଉଛି। ତାଙ୍କ କ୍ୟାବିନେଟ୍‌ରେ ମୁଁ ଥିଲି। ମୁଁ ତାଙ୍କ ସହ ଦୁଇ ବର୍ଷ କାମ କରିଛି।” ସେ ଆହୁରି କହିଛନ୍ତି,“ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଶୁଣି ମୁଁ ମର୍ମାହତ। ବାଜପେୟୀ ଜଣେ ମହାନ ନେତା।”

ବାଜପେୟୀଙ୍କୁ ଦିଲ୍ଲୀ ଏମ୍ସରେ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଛି। ତାଙ୍କ ଅବସ୍ଥା ଅତି ଗମ୍ଭୀର ଥିବା ନେଇ ଏମ୍ସ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ରେ କୁହାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିଜେପିର ବରିଷ୍ଠ ନେତା ଏଲ୍‌.କେ ଆଡ଼ଭାନୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଆଜି ସକାଳେ ଏମ୍‌ସ ଯାଇ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ।

Share Now:

Kalinga News Beuro

Leave a Reply

Next Post

ନିକୋବାରରେ ଅନୁଭୂତ ହେଲା ୪.୭ ତୀବ୍ରତାର ଭୂମିକମ୍ପ

Thu Aug 16 , 2018
ନୂଆଦିଲ୍ଲୀ: ନିକୋବାରରେ ଆଜି ଅପରାହ୍ଣରେ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି (ଗୁରୁବାର) ଅପରାହ୍ଣ ୧ଟା ୪୩ ମିନିଟ ସମୟରେ ନିକୋବାରରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୪.୭ ଥିବା ଜାଣିବାକୁ ମିଳିଛି। ତେବେ, ଏହି ଭୂମିକମ୍ପ ଦ୍ୱରାରା କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ କିମ୍ବା ଭୂମିକମ୍ପ ପରିପ୍ରେକ୍ଷୀରେ ସୁନାମୀ ନେଇ କୌଣସି ପ୍ରକାରର ସତର୍କ ସୂଚନା ଜାରି କରାଯାଇ ନାହିଁ। ଭାରତୀୟ ଉପ ମହାଦେଶରେ ଭୂମିକମ୍ପର ଅନୁଧ୍ୟାନ କରୁଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial