ନିକୋବାରରେ ଅନୁଭୂତ ହେଲା ୪.୭ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ନିକୋବାରରେ ଆଜି ଅପରାହ୍ଣରେ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି (ଗୁରୁବାର) ଅପରାହ୍ଣ ୧ଟା ୪୩ ମିନିଟ ସମୟରେ ନିକୋବାରରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୪.୭ ଥିବା ଜାଣିବାକୁ ମିଳିଛି। ତେବେ, ଏହି ଭୂମିକମ୍ପ ଦ୍ୱରାରା କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ କିମ୍ବା ଭୂମିକମ୍ପ ପରିପ୍ରେକ୍ଷୀରେ ସୁନାମୀ ନେଇ କୌଣସି ପ୍ରକାରର ସତର୍କ ସୂଚନା ଜାରି କରାଯାଇ ନାହିଁ। ଭାରତୀୟ ଉପ ମହାଦେଶରେ ଭୂମିକମ୍ପର ଅନୁଧ୍ୟାନ କରୁଥିବା ଭାରତୀୟ ପାରିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କହୁଯାଇଛି ଯେ ଆଜି ନିକୋପାରରେ ଅନୁଭୂତ ହୋଇଥିବା ଭୂମିକମ୍ପ କାଟାଗୋରି ୪ ଶ୍ରେଣୀର ଥିଲା ଓ ଏହି ଭୂମିକମ୍ପର ଉତ୍ପତ୍ତି ସ୍ଥଳ ନିକୋବାର ଠାରୁ ୭୦ କିଲୋମିଟର ଦୂର ସମୁଦ୍ର ତଳେ ରହିଥିଲା। ଅନ୍ୟପକ୍ଷରେ ପୋର୍ଟ ବ୍ଲେୟାର ନିକଟରେ ଏହି ଭୂମିକମ୍ପ ପହଞ୍ଚିବା ବେଳକୁ ଏହାର ଝଟକା ଆଉ ଅନୁଭୂତ ହୋଇ ନଥିଲା। ପୋର୍ଟ ବ୍ଲେୟାର ଓ ମାୟା ବନ୍ଦର ନିକଟରେ ଏହି ଭୂମିକମ୍ପ ପହଞ୍ଚିବା ବେଳକୁ ଏହା କାଟାଗୋରି ୧ ଶ୍ରେଣୀକୁ ଚାଲି ଆସିଥିଲା।

Share Now:

Kalinga News Beuro

Leave a Reply

Next Post

ମୃତ୍ୟୁ ଭେଟି ଦେଉଛି ମୁକୁଳା ଡ୍ରେନ୍‌ : ୪ ବର୍ଷରେ ମଲେଣି ୬, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନୁନାହାନ୍ତି

Thu Aug 16 , 2018
ଭୁବନେଶ୍ୱର : ରାସ୍ତାକଡ଼ରେ ମୃତ୍ୟୁର ଜାଲ ବିଛା ଯାଇଛି। ଟିକେ ଅସାବଧାନତା ହିଁ ଜୀବନ ନେଇଯାଉଛି। ମୁକୁଳା ଡ୍ରେନ୍‌ ଏବେ ମୃତ୍ୟୁଯନ୍ତା ପାଲଟିଛି। ଯାହା ରାଜଧାନୀବାସୀଙ୍କୁ ଅକାଳ ମୃତ୍ୟୁ ଭେଟି ଦେଉଛି। ଗତ ଚାରି ବର୍ଷରେ ୬ଜଣ ଏହି ମୁକୁଳା ଡ୍ରେନ୍‌ରେ ପଡ଼ି ମଲେଣି। ଶତାଧିକ ବି ଆହତ ହେଲେଣି। ହେଲେ ପ୍ରଶାସନ ଚେତୁନି। ଲୋକ ମୁକୁଳା ଡ୍ରେନ୍‌ରେ ପଡ଼ି ମରିବା ପରେ ଆଶ୍ୱାସନା ଜଣାଇବାକୁ ନେତା ଓ ଅଧିକାରୀଙ୍କ […]

ଆହୁରି ପଢ଼ନ୍ତୁ