ଭୁଶୁଡିଲା ଚୂନ ଖାଦାନ : ୭ ଜଣ ଶ୍ରମିକଙ୍କର ମୃତ୍ୟୁ

ଭୁଶୁଡିଲା ଚୂନ ଖାଦାନ

ଜଗଦଲପୁର: ଛତିଶଗଡ଼ର ଜଗଦଲପୁରରେ ଆଜି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି। ଛତିଶଗଡର ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଆଜି ଏକ ଚୂନ ପଥର ଖାଦାନ ଭୁଶୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୦୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ମେଡିକାଲ ନେବାବେଳେ ଦୁଇ ଜଣକର ମୃତ୍ୟୁ ହୋଇଥିଲା। ତେବେ ତାଜା ସୂଚନା ମୁତାବକ ଏବେ ବି ୧୦ ଜଣ ଫସିରହିଛନ୍ତି। ଘଟଣାସ୍ଥଳରେ ପୁଲିସ ଏବଂ ତହସିଲଦାର ପହଞ୍ଚିଥିବାବେଳେ ବାସ୍ତବରେ ଖାଦାନରେ କେତେ ଲୋକ ପ୍ରବେଶ କରିଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ଘଟଣାସ୍ଥଳରେ ଏସଡ଼ିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Share Now:

Kalinga News Beuro

Next Post

ଭାରତକୁ ନାଟୋରେ ସାମିଲ କରିବାକୁ ଉଦ୍ୟମ କରୁଛି ଆମେରିକା : ରୁଷ୍

Fri Dec 2 , 2022
ମସ୍କୋ : ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ଆଉ ଏକ ଚିନ୍ତା ଘାରିବାରେ ଲାଗିଛି। ତାହା ହେଉଛି ଭାରତକୁ ନାଟୋରେ ସାମିଲ କରିବାକୁ ଆମେରିକାର ଉଦ୍ୟମ। ଚୀନ ଓ ରୁଷକୁ ଘେରିବାକୁ ଆମେରିକା ଏହି ନୂଆ ଚକ୍ରାନ୍ତ କରୁଛି ବୋଲି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି। ଚଳିତ ୟୁକ୍ରେନ ଯୁଦ୍ଧରେ ରୁଷ ସମଗ୍ର ବିଶ୍ବରେ ଏକୁଟିଆ ହୋଇଯାଇଥିବାବେଳେ ପ୍ରକୃତ ବନ୍ଧୁ ଭାବେ ଭାରତ ହିଁ ରୁଷ […]
ଭାରତକୁ ନାଟୋରେ ସାମିଲ କରିବାକୁ ଉଦ୍ୟମ କରୁଛି ଆମେରିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial