ମଙ୍ଗଳଗ୍ରହରେ ମିଳିଲା ପୁରୁଣା ଜୋତା

ମଙ୍ଗଳଗ୍ରହରେ ମିଳିଲା ପୁରୁଣା ଜୋତା

ମଙ୍ଗଳଗ୍ରହରେ ମିଳିଲା ପୁରୁଣା ଜୋତା

ନୂଆଦିଲ୍ଲୀ: ପୃଥିବୀ ଗ୍ରହ ବ୍ୟତୀତ ଅନ୍ୟ ଗ୍ରହରେ ବି ଜୀବମାନେ ବାସବାସ କରନ୍ତି ବୋଲି କୁହାଯାଉଛି। କିନ୍ତୁ ଏହି ବିଷୟରେ କାହାରି ପାଖରେ କୌଣସି ସୂଚନା କି ପ୍ରମାଣ ନାହିଁ। ତଥାପି, ଅନେକ ଲୋକ ଏବଂ ୟୁଏଫଓ ବିଶେଷଜ୍ଞ କୁହନ୍ତି ଯେ ଏଲିଅନର ଅସ୍ତିତ୍ୱ ଅଛି। ଏହି ଏଲିଅନ ଅନେକ ଥର ପୃଥିବୀକୁ ମଧ୍ୟ ଆସି ସାରିଛନ୍ତି। ବିଶେଷଜ୍ଞମାନେ କିଛି ପ୍ରମାଣ ମାଧ୍ୟମରେ କହିଛନ୍ତି ଯେ ଏଲିଅନର ଅସ୍ତିତ୍ବ ଅଛି। ମଙ୍ଗଳ ଗ୍ରହରେ ଏଲିଅନ ଅଛନ୍ତି, ସେଠାରେ ଏଲିଅନର ପୁରୁଣା ଜୋତା ଦେଖିବାକୁ ମିଳୁଛି ବୋଲି ସୋସିଆଲ ମିଡିଆରେ ଏକ ଦାବି ସହ ସେୟାର କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୟୁଏଫଓର ଜଣେ ବିଶେଷଜ୍ଞ ଦାବି କରିଛନ୍ତି କି ତାଙ୍କ ପାଖରେ ୧୦୦ ପ୍ରତିଶତ ପ୍ରମାଣ ଅଛି କି ନାସା କିଛି ତଥ୍ୟ ଲୁଚାଉଛି। ଏହି ବିଶେଷଜ୍ଞଙ୍କ ନାମ ହେଉଛି ସ୍କଟ୍ ସି ୱାରିଙ୍ଗ୍। ସେ ଦୀର୍ଘଦିନ ଧରି ଏଲିଅନଙ୍କ ଉପରେ ଗବେଷଣା କରୁଛନ୍ତି। ୱାରିଙ୍ଗ ନାସା ଦ୍ୱାରା ପ୍ରକାଶିତ ସ୍ପେସ୍ ଫଟୋରେ ଏଲିଅନର ପ୍ରମାଣ ଖୋଜିଛନ୍ତି। ସେ ଦାବି କରିଛନ୍ତି ଯେ ନାସାକୁ ମଙ୍ଗଳ ଗ୍ରହରେ ଏଲିଅନର ଜୋତା ମିଳିଛି। ନାସା ଏହି ଖବରକୁ ଲୋକଙ୍କଠାରୁ ଲୁଚାଇ ରଖିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ନାସା କାହିଁକି ଏହାକୁ ଉଲ୍ଲେଖ କରୁ ନାହିଁ ?

Share Now:

Kalinga News Beuro

Next Post

ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ ଭିକ୍ଷା

Sat Feb 26 , 2022
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଏବେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଋଷର ସାମ୍ନା କରିବା ପାଇଁ ସାହାଯ୍ୟ କରିବାକୁ ୟୁକ୍ରେନ କ୍ରମାଗତ ଭାବରେ ସମସ୍ତଙ୍କୁ ନିବେଦନ କରୁଥିବା ବେଳେ ଏବେ ସାହାଯ୍ୟ ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଏନେଇ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିୟି ଟ୍ବିଟ କରି ଜଣାଇଛନ୍ତି। ଟ୍ବିଟରେ ସେ ଲେଖିଛନ୍ତି ଯେ, ଆଜି ମୁଁ […]
ସାହାଯ୍ୟ ମାଗିଲେ ୟୁକ୍ରେନୀୟ ରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial