ସଞ୍ଜୟ ଓ ଶାହାରୁଖ୍‌ ଖାନ୍‌ଙ୍କ ଝଗଡ଼ା ପାଇଁ ମରଣ ମୁହଁରୁ ବର୍ତ୍ତିଲା ଛେଳି

ଝଗଡ଼ା ଯୋଗୁଁ ମରଣ ମୁହଁରୁ ବର୍ତ୍ତିଲା ଛେଳି

ଭୋପାଳ: ଗୋଟାଏ ଛେଳିର ମାଲିକାନା ନେଇ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ସଞ୍ଜୟ ଖାନ୍‌ ଓ ଶାହାରୁଖ୍‌ ଖାଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ‘ବକ୍‌ରିଦ୍‌’ରେ କଟା ହେବାକୁ ଆସିଥିବା ବିଚରା ଛେଳିଟି ବଞ୍ଚିଯାଇଥିବା କଥା ପୁଲିସ କହିଛି। ପ୍ତ ସୂଚନା ଅନୁସାରେ, ‘ବକ୍‌ରିଦ୍‌’ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୮ ତାରିଖ ଦିନ ଉପରୋକ୍ତ ଦୁଇ ବ୍ୟକ୍ତି ‌ସେ ଛେଳିର ମାଲିକ ବୋଲି ଦାବି କରିବାରୁ ଝଗଡ଼ାର ସୂତ୍ରପାତ ହୋଇଥିଲା। ଶେଷରେ ଦୁହେଁ ‌ଛେଳିକୁ ଧରି ସିଭିଲ୍‌ ଲାଇନ୍‌ ଥାନାରେ ହାଜର ହୋଇଥିଲେ। କିନ୍ତୁ, ସେଦିନ ଝଗଡ଼ା ନ ମେଣ୍ଟିବାରୁ ଛେଳିଟିକୁ ରାତି ସାରା ଥାନାରେ ରହିବାକୁ ପଡ଼ିଥିଲା। ପୁଲିସ କହିବା ଅନୁସାରେ, ସମ୍ପ୍ରତି ସେ ଛେଳି ତଦନ୍ତର ଅଂଶବିଶେଷ ପାଲଟିଯାଇଛି। କାରଣ, ସଞ୍ଜୟ ଖାନ୍‌ କହୁଛନ୍ତି କି, ସେ ଉକ୍ତ ଛେଳିଟିକୁ ପାଳିଥିଲେ। କିନ୍ତୁ ଗତ ୬ ମାସ ହେବ ସେ ହଜିଯାଇଥିଲା। ଶାହାରୁଖ୍‌ ଖାନ୍‌ ମଧ୍ୟ କହୁଛନ୍ତି ଯେ, ଛେଳିଟି ତାଙ୍କର। ସେ ୧୫,୦୦୦ ଟଙ୍କା ଦେଇ ତାହାକୁ ଖରିଦ କରିଛନ୍ତି।
ଦୁହେଁ ଛେଳିର ମାଲିକାନା ଦାବି କରୁଥିବାରୁ ଆମେ ସେମାନଙ୍କୁ ପ୍ରମାଣ ଆଣିବାକୁ କହି ଛେଳିଟିକୁ ଥାନାରେ ରଖିଲୁ ବୋଲି ସିଭିଲ୍‌ ଲାଇନ୍‌ ଥାନା ଭାରପ୍ରାପ୍ତ ଅଧିକାରୀ ହରେନ୍ଦ୍ରନାଥ ଶର୍ମା ଗଣମାଧ୍ୟମକୁ କହିଛନ୍ତି। ପରଦିନ ଦୁହେଁ ଛେଳିର ଫଟୋ ନେଇ ପହଞ୍ଚିଲେ। ଏକା ଭଳି ଦିଶୁଥିବା ଉଭୟ ଫଟୋରେ ଥିବା ଛେଳିଟି ମଧ୍ୟ ଥାନାରେ ଅଟକ ଥିବା ଛେଳି ସହିତ ମିଶିଯାଉଥିଲା। ବିବାଦ ସମାଧାନ ନ ହୋଇ ଆହୁରି ତେଜିଲା। ପୁଣି, ଛେଳିଟିକୁ ଥାନାରେ ରଖିବା ସମ୍ଭବପର ନୁହେଁ। ତେଣୁ, ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ଆମେ ଛେଳିକୁ ଜଣେ ତୃତୀୟ ବ୍ୟକ୍ତିଙ୍କ ଜିମାରେ ଦେବାକୁ ସ୍ଥିର କଲୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରେ ଉଭୟ ଦାବିଦାର ବାସ କରୁଥିବା ଅଞ୍ଚଳର କର୍ପୋରେଟର୍‌ଙ୍କୁ ଡକାଇଲୁ। ଦୁଇ ଦାବିଦାର ପାରସ୍ପରିକ ବୁଝାମଣା କରି ଠିକ୍‌ ଯେ, ମାମଲା ସମାଧାନ ହେବା ପର୍ଯ୍ୟନ୍ତ ଛେଳି ସଞ୍ଜୟ ଖାଁଙ୍କ ପାଖରେ ରହିବ। ଏବେ ତଦନ୍ତର ପ୍ରଧାନ ଜିନିଷ ହେଉଛି ଛେଳି। ତେଣୁ, ଛେଳିର ଯେମିତି କିଛି କ୍ଷତି ନ ହୁଏ କିମ୍ବା ତାକୁ ହତ୍ୟା କରା ନ ଯାଏ, ସେଥିପ୍ରତି ସାବଧାନ ରହିବାକୁ ଆମେ ସେମାନଙ୍କୁ ସତର୍କ କରାଇ ଦେଇଛୁ।

Share Now:

Kalinga News Beuro

Next Post

ଗାଡ଼ି ଓ ପଥଚାରୀଙ୍କ ଉପରେ ଚଢ଼ିଗଲା ଟ୍ରକ : ୪୮ମୃତ, ଅନେକ ଆହତ

Sat Jul 1 , 2023
ନାଇରୋବି: ଶୁକ୍ରବାର ସନ୍ଧ୍ୟାବେଳେ ପଶ୍ଚିମ କେନିଆ ଅନ୍ତର୍ଗତ ଲୋଣ୍ଡିଆନିରେ ଗୋଟାଏ ଟ୍ରକ୍‌ ହଠାତ୍‌ ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯାଇ କେତେକ ଯାନବାହନ ଓ ପଥଚାରୀଙ୍କ ଉପରେ ମାଡ଼ିଯିବାରୁ ଅନ୍ୟୂନ ୪୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ ଓ ପ୍ରତ୍ୟକ୍ଷଦର୍ଶୀମାନେ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ସ୍ଥାନୀୟ ପୁଲିସ କମାଣ୍ଡର୍‌ ଜେଫ୍‌ରି ମୟେକ୍‌ କହିଛନ୍ତି, ଏଯାବତ୍‌ ୪୮ଜଣଙ୍କର ମୃତ୍ୟୁ ଘଟିଥିବା କଥା ଆମେ ସୁନିଶ୍ଚିତ କରି […]
ପଥଚାରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial