ଟୁଇନ ସିଟିରେ ଜମି ଠକେଇ ଗ୍ୟାଙ୍ଗ : ନକଲି କାଗଜପତ୍ରରେ ଜମି ବିକ୍ରି କରି ଦେଉଛନ୍ତି ଠକ

ଭୁବନେଶ୍ୱର : ଟୁଇନ ସିଟିରେ ଜମି କିଣି ଖୋଲା ପକାଇଥିଲେ ସାବଧାନ। ମାତିଛନ୍ତି ଜମି ଠକେଇ ଗ୍ୟାଙ୍ଗ। ଆପଣଙ୍କ ଜମିର ନକଲ କାଗଜପତ୍ର ବାହାର କରି ଜାଲ ପାୱାର ଅଫ ଆର୍ଟନିଂ ଜରିଆରେ ଜମି ବିକ୍ରି କରି ଦେଉଛନ୍ତି ଠକ୍। ଏଭଳି ଏକ ଠକ୍ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିକାଶ ପଣ୍ଡାକୁ ରିମାଣ୍ଡରେ ଆଣି ପଚରାଉଚରା ପରେ ତଥ୍ୟ ପାଇଛି କମିଶନରେଟ୍ ପୁଲିସର ସ୍ପେସାଲ କ୍ରାଇମ୍ ୟୁନିଟ। ୨୭ ଜଣଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କା ଠକେଇ କରିବା ନେଇ ହେଲାଣି ଅଭିଯୋଗ। ଆହୁରି ଅଧିକ ଲୋକଙ୍କୁ ସମାନ ଭାବେ ଠକେଇ କରିଥିବା ନେଇ ଜଣାପଡ଼ିଛି। ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ଆସି ଅଭିଯୋଗ କରିବା ପାଇଁ ସ୍ପେଶାଲ କ୍ରାଇମ୍ ୟୁନିଟ ନିବେଦନ କରିଛି।

Share Now:

Kalinga News Beuro

Next Post

ସହର ଉପକଣ୍ଠରେ ଖୋଲିବ ଗୋ ମଙ୍ଗଳ କେନ୍ଦ୍ର

Thu Dec 14 , 2023
ଭୁବନେଶ୍ୱର: ଜାମୁକୋଳିସ୍ଥିତ ବିଏମ୍‌ସି ଗୋଶାଳା ବୁଲି ଦେଖିଛନ୍ତି ମେୟର ସୁଲୋଚନା ଦାସ। ପିପ୍ୟୁଲ ଫର ଆନିମଲ ଦ୍ୱାରା ପରିଚାଳିତ ଏହି ଗୋଶାଳାରେ ଗାଈ ଓ ଷଣ୍ଢମାନଙ୍କୁ ସୁଷମ ଖାଦ୍ୟ ସାମଗ୍ରୀ ଦିଆଯାଉଛି। ସେମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦୁଇ ଜଣ ଡାକ୍ତର ଓ ଦୁଇ ଜଣ ପାରାଭେଟ୍‌ ନିୟୋଜିତ ହୋଇଛନ୍ତି। ଏମାନଙ୍କର ଯତ୍ନ ନେବାକୁ ୪୬ ଜଣ କର୍ମଚାରୀ, ଜଣେ ସୁପରଭାଇଜର ଓ ଜଣେ ମ୍ୟାନେଜର ଅଛନ୍ତି। ଗୋଶାଳାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial