ସହର ଉପକଣ୍ଠରେ ଖୋଲିବ ଗୋ ମଙ୍ଗଳ କେନ୍ଦ୍ର

ଭୁବନେଶ୍ୱର: ଜାମୁକୋଳିସ୍ଥିତ ବିଏମ୍‌ସି ଗୋଶାଳା ବୁଲି ଦେଖିଛନ୍ତି ମେୟର ସୁଲୋଚନା ଦାସ। ପିପ୍ୟୁଲ ଫର ଆନିମଲ ଦ୍ୱାରା ପରିଚାଳିତ ଏହି ଗୋଶାଳାରେ ଗାଈ ଓ ଷଣ୍ଢମାନଙ୍କୁ ସୁଷମ ଖାଦ୍ୟ ସାମଗ୍ରୀ ଦିଆଯାଉଛି। ସେମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦୁଇ ଜଣ ଡାକ୍ତର ଓ ଦୁଇ ଜଣ ପାରାଭେଟ୍‌ ନିୟୋଜିତ ହୋଇଛନ୍ତି। ଏମାନଙ୍କର ଯତ୍ନ ନେବାକୁ ୪୬ ଜଣ କର୍ମଚାରୀ, ଜଣେ ସୁପରଭାଇଜର ଓ ଜଣେ ମ୍ୟାନେଜର ଅଛନ୍ତି। ଗୋଶାଳାରୁ ବାହାରୁ ଥିବା ଗୋବରରୁ ଖତ କରାଯାଉଛି। ଏହି ସବୁ ଖତ ଏବେ ଜମା ରହିଛି, ଭବିଷ୍ୟତରେ ସେଗୁଡିକ ନିଲାମ କରାଯିବ ବୋଲି ମେୟର କହିଛନ୍ତି। ଆଗାମୀ ଦିନରେ ସହର ନିକଟ ବିଭିନ୍ନ ପ୍ରାନ୍ତରେ ଏହିପରି ଗୋମଙ୍ଗଳ କେନ୍ଦ୍ର ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି। ତାଙ୍କ ସହ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ପ୍ରୀତିନନ୍ଦା ରାଉତରାୟ, ଅମରେଶ ଜେନା, ମିହିର କୁମାର ରାଉତ, ଭାରତୀ ସିଂ ଓ ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା ସାମିଲ ହୋଇଥିଲେ।

Share Now:

Kalinga News Beuro

Next Post

ନନ୍ଦନକାନନରେ ସାପଙ୍କୁ କମ୍ବଳ : ସିମ୍ପାଞ୍ଜିଙ୍କୁ ରୁମ୍‌ ହିଟର୍‌

Thu Dec 14 , 2023
ବାରଙ୍ଗ: କିଛିଦିନ ହେବ ବଢୁଛି ଶୀତ। ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଶୀତଦାଉରେ ଲୋକେ ଥରୁଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁଙ୍କୁ ଶୀତରୁ ରକ୍ଷା ଦେବାପାଇଁ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ବିଶେଷ କରି ସରୀସୃପ ଉଦ୍ୟାନରେ ରହୁଥିବା ଆନାକୋଣ୍ଡା, ଅଜଗର, ବର୍ମା ଅଜଗର, ଅହିରାଜ, ନାଗ, ଢମଣା ତଥା ଇଗୁଆନାମାନଙ୍କୁ ଉଷୁମ ପ୍ରଦାନ ଲାଗି ସେମାନଙ୍କ ଖୁଆଡ଼ ମଧ୍ୟରେ ନଡା ଓ କମ୍ବଳ ବିଛାଯିବା ସହ ସନ୍ଧ୍ୟା ପରେ ବଲବ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial