ଆଜି ହଜିଯିବ ଛାଇ

ଭୁବନେଶ୍ୱର : ସୋମବାର ପୂର୍ବାହ୍ନରେ ୧୧ଟା ୪୩ରେ ଆପଣଙ୍କ ଛାଇ ହଜିଯିବ। ଆପଣ ଘରେ ବସି ମଧ୍ୟଏହି ଅନୁଭୂତିି ପାଇପାରିବେ। ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକତା ନାହିଁ। ଏକ ସମତଳ ଜାଗାରେ ଖୁଣ୍ଟି, ଚାରିକୋଣିଆ ବାକ୍ସ, ବୋତଲ, ଇଟା ଭଳି କିଛି ଜିନିଷ ଖରା ପଡ଼ୁଥିବା ସ୍ଥାନରେ ଲମ୍ବ ଭାବରେ ରଖିବେ ଓ ନିର୍ଧାରିତ ସମୟର କିଛି ସମୟ ପୂର୍ବରୁ ଲକ୍ଷ୍ୟ କଲେ ଜାଣିପାରିବେ, କିପରି ବସ୍ତୁଟିର ଛାଇ ଧୀରେଧୀରେ ଛୋଟ ହୋଇ ଉଭେଇ ଯାଉଛି ଓ କିଛି ସମୟ ପରେ ପୁଣି ଦେଖାଯିବ। ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଏହି ଦୃଶ୍ୟ ଦେଖିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିପାଇଁ ପୂର୍ବାହ୍ନ ୧୧.୩୦ଟାରେ ଉପସ୍ଥିତ ରହିବାକୁ ପ୍ଲାନେଟୋରିୟମ ପକ୍ଷରୁ ସୂଚନା ଦିଆଯାଇଛି। ବୈଜ୍ଞାନିକ କାରଣର ସମସ୍ତ ତଥ୍ୟ ଜନସାଧାରଣଙ୍କୁ ଦିଆଯିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଦେଖିପାରିବେ। ପ୍ରୋଜେକ୍ଟରରେ ଏହାକୁ ପୁର୍ନବାର ଦେଖିବାକୁ ସୁଯୋଗ ମଧ୍ୟ ମିଳିବ ବୋଲି ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସ୍ମାର୍ଟସିଟିରେ ବିପର୍ଯ୍ୟସ୍ଥ ହୋଇପାରେ ପରିମଳ ବ୍ୟବସ୍ଥା

Mon May 21 , 2018
ସଫେଇ ସଂସ୍ଥା ଯେତେ ଅର୍ଥ ମାଗୁଛନ୍ତି ଦେଇ ହେବନି: ବିଏମ୍‌ସି ଭୁବନେଶ୍ୱର: ରାଜଧାନୀରେ ଅଳିଆ ଉଠାକୁ ନେଇ ଅଡ଼ୁଆ ଛିଡ଼ୁନି। ବିଏମ୍‌ସିର ୫୭ଟି ଓ୍ଵାର୍ଡରେ ସଫେଇ ଦାୟିତ୍ୱ ନେଇଥିବା ତିନିଟି ଘରୋଇ ସଂସ୍ଥା ଏବଂ ବିଏମ୍‌ସି ମଧ୍ୟରେ ପ୍ରାୟ ଦୁଇ ବର୍ଷ ଧରି ଟଣାଓଟରା ଚାଲିଥିବାରୁ ଏବେ ଅଧିକାଂଶ ସମୟରେ ଅଳିଆ ଉଠୁନି। ଏପରିକି ଲଗାତର ତିନିରୁ ଚାରିଦିନ ରାସ୍ତାରେ ଅଳିଆ ପଡ଼ି ରହୁଛି। ସାରା ସହରରେ ପୂତି ଗନ୍ଧମୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial