ନନ୍ଦନକାନନରେ ସାପଙ୍କୁ କମ୍ବଳ : ସିମ୍ପାଞ୍ଜିଙ୍କୁ ରୁମ୍‌ ହିଟର୍‌

ବାରଙ୍ଗ: କିଛିଦିନ ହେବ ବଢୁଛି ଶୀତ। ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଶୀତଦାଉରେ ଲୋକେ ଥରୁଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁଙ୍କୁ ଶୀତରୁ ରକ୍ଷା ଦେବାପାଇଁ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ବିଶେଷ କରି ସରୀସୃପ ଉଦ୍ୟାନରେ ରହୁଥିବା ଆନାକୋଣ୍ଡା, ଅଜଗର, ବର୍ମା ଅଜଗର, ଅହିରାଜ, ନାଗ, ଢମଣା ତଥା ଇଗୁଆନାମାନଙ୍କୁ ଉଷୁମ ପ୍ରଦାନ ଲାଗି ସେମାନଙ୍କ ଖୁଆଡ଼ ମଧ୍ୟରେ ନଡା ଓ କମ୍ବଳ ବିଛାଯିବା ସହ ସନ୍ଧ୍ୟା ପରେ ବଲବ୍ ଜଳାଇ ରଖିବାର ବ୍ୟବସ୍ଥା କରାଯାଇଛି।
ସେହିଭଳି ସିମ୍ପାଞ୍ଜି, ହୁଲକ୍ ଗିବନ, ତାମାରିନ, ଗୁଣ୍ଡୁଚି ମାଙ୍କଡ, ର୍ମାମୋସେଟ ପ୍ରଭୃତି ମାଙ୍କଡ ପ୍ରଜାତିର ଜୀବଙ୍କ ଖୁଆଡ଼ ଭିତରେ ରୁମ୍‌ ହିଟର୍‌ ଲଗାଯାଇ ସେମାନଙ୍କୁ ଉଷୁମ ପ୍ରଦାନ କରିବାର ବନ୍ଦୋବସ୍ତ କରାଯାଇଛି। ମେୟରସ୍‌, କକାଟିଲ, କକାଟୋ, ଲରି, ପାରାକିଟ, ବର୍ଜରି, ଶୁଆ, ସାରି ପ୍ରଭୃତି ପକ୍ଷୀଙ୍କ ଖୁଆଡ ଭିତରକୁ ଯେପରି ବାହାରର ଥଣ୍ଡା ପବନ ପ୍ରବେଶ କରି ନପାରେ, ସେଥିଲାଗି ସନ୍ଧ୍ୟା ହେବା କ୍ଷଣି ଆଗ ପାଖରେ ଟଣାଯାଇ ଥିବା ନୀଳ ରଙ୍ଗର ନାଇଲନ ଜାଲରେ ତା’କୁ ଘୋଡାଇ ଦିଆଯାଉଛି।

Share Now:

Kalinga News Beuro

Next Post

ମହୀଶୂର ବିମାନ ବନ୍ଦରକୁ ଟିପୁସୁଲ୍‌ତାନ୍‌ ବିମାନ ବନ୍ଦର କରାଯିବା ପ୍ରସ୍ତାବକୁ ‘ବିଜେପି’ର ତୀବ୍ର ବିରୋଧ

Fri Dec 15 , 2023
ବେଙ୍ଗାଲୁରୁ: ମହୀଶୂର ବିମାନ ବନ୍ଦରକୁ ଟିପୁ ସୁଲ୍‌ତାନଙ୍କ ନାମାନୁସାରେ ନାମିତ କରିବା ଲାଗି କଂଗ୍ରେସ ବିଧାୟକ ପ୍ରସାଦ ଅବ୍ବୟାଙ୍କ ପ୍ରସ୍ତାବକୁ କର୍ଣ୍ଣାଟକ ବିଧାନସଭାରେ ‘ବିଜେପି’ ବିଧାୟକମାନେ ତୀବ୍ର ସମାଲୋଚନା କରିଛନ୍ତି। ବିମାନ ବନ୍ଦରଗୁଡ଼ିକର ନାମ ପରିବର୍ତ୍ତନ ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ବିଷୟରେ ଆଲୋଚନା ଚାଲିଥିବା ହୁବଲୀ-ଧାରୱାର୍ଡ (ପୂର୍ବ) ବିଧାୟକ ପ୍ରସାଦ ଅବ୍ବୟା ଉପରୋକ୍ତ ପ୍ରସ୍ତାବ ଦେଇଥିଲେ। ବିଧାନସଭା ଅଧିବେଶ ବେଳେ ଅବ୍ବୟା କହିଲେ, ମହୀଶୂର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial