୧୨ ବର୍ଷ ପରେ ଦ୍ବିତୀୟ ଥର ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କଲେ ପୁନମ

ନାୟିକା ପୁନମ

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ପୁନମ କେତେଜଣ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଲଳିତ। ଏହାପରେ ପୁନମ୍ ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କ ପରି କେତେକଙ୍କ ସହ କାମ କରିଛନ୍ତି। ୨୦୧୦ରେ ମୁକ୍ତିଲାଭ କରିଥିବା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ‘ଲଭ୍ ମାଷ୍ଟର୍’ରେ ପ୍ରଥମ ଥର କାମ କରିଥିଲେ ପୁନମ୍। ଏଥିରେ ବାବୁସାନ୍ ନାୟକ ଭୂମିକାରେ ଥିବା ବେଳେ ଅନ୍ୟତମ ନାୟିକା ଭାବେ ନଜର ଆସିଥିଲେ ରୀୟା ଦେ। ଅପରାଜିତା ମହାନ୍ତିଙ୍କ ପ୍ରଯୋଜିତ ଏହି ସିନେମାର ସଙ୍ଗୀତକାର ଥିଲେ ଅଭିଜିତ ମଜୁମଦାର। ଏହାପରେ ଉଭୟ ପୁନମ ଓ ହିମାଂଶୁ ପରିଜା କେତୋଟି ଓଡ଼ିଆ ଛବିରେ କାମ କରିଛନ୍ତି, ହେଲେ ସେଦୁହେଁ ଏକାଠି କାମ କରି ନଥିଲେ। ଏବେ ୧୨ ବର୍ଷ ପରେ ହିମାଂଶୁ ପରିଜାଙ୍କ ଫିଲ୍ମରେ ଅଛନ୍ତି ପୁନମ।
ସିଦ୍ଧାର୍ଥ ଟିଭି ପକ୍ଷରୁ ପ୍ରସ୍ତୁତ ଫିଲ୍ମ ‘କେମିତି ଭୁଲିବି ମୁଁ’ରେ ଓଲିଉଡର ଲୋକପ୍ରିୟ ନାୟକ ଦୀପକଙ୍କ ସହ ପ୍ରଥମ ଥର ନଜର ଆସିବେ ପୁନମ ମିଶ୍ର। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ ହିମାଂଶୁ ପରିଜା। ଏଥିରେ ଦୀପକ ଦୁଇ ଜଣ ଜନପ୍ରିୟ ନାୟିକାଙ୍କ ସହ ପ୍ରଥମ ଥର ପରଦାରେ ରୋମାନ୍ସ କରିଛନ୍ତି। ସେ ଦୁହେଁ ହେଲେ ଓଲିଉଡର ଜଣାଶୁଣା ନାୟିକା ପୁନମ୍ ଓ ଦିବ୍ୟା। ଉଭୟଙ୍କ ଭିତରୁ ଅବଶେଷରେ ନାୟକ କାହାକୁ ନିଜର କରୁଛି ଏବଂ କିଏ ହାର୍ ମାନୁଛି, ତାହା ହେଉଛି କାହାଣୀର ମୁଖ୍ୟ ପ୍ରସଙ୍ଗ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ସୁଶୀଲ ମିଶ୍ର ଓ ପୃଥ୍ବୀରାଜ ନାୟକ ପ୍ରମୁଖ ଅଭିନୟ କରୁଛନ୍ତି। ଚିନ୍ମୟ ଦାସ ପଟ୍ଟନାୟକ ଏହାର ସଂଳାପକାର।

Share Now:

Kalinga News Beuro

Next Post

ଗଣସଫେଇ ନାଁରେ ପ୍ରହସନ କରୁଛନ୍ତି ମେୟର ଓ ନିର୍ବାଚିତ ପ୍ରତିନିଧି

Sun Aug 28 , 2022
ଭୁବନେଶ୍ବର: ଆବର୍ଜନାରେ ଉବୁଟୁବୁ ରାଜଧାନୀର ଅବସ୍ଥାକୁ ଦେଖି ଆଜି ନିର୍ବାଚିତ ଜନପ୍ରତିନିଧି ଓ ବିଏମ୍‌ସି କର୍ମଚାରୀମାନେ ଗଣ ସଫେଇ କରିଛନ୍ତି। ୩୦ରୁ ଊର୍ଦ୍ଧ୍ବ କର୍ପୋରେଟରଙ୍କ ସମେତ ମେୟର ସୁଲୋଚନା ଦାସ, ଅତିରିକ୍ତ କମିସନର ଝାଡ଼ୁ ଧରି ଖଣ୍ଡଗିରି ଟୁରିଷ୍ଟ ବସ୍‌ଷ୍ଟାଣ୍ଡ୍‌କୁ ସଫା କରିଛନ୍ତି। ସକାଳ ପ୍ରାୟ ସାଢ଼େ ୬ଟାରେ ବିଏମ୍‌ସି କର୍ମଚାରୀମାନେ ପହଞ୍ଚିଥିଲେ। ପରେ ମେୟର୍‌ ଓ କର୍ପୋରେଟରମାନେ ପହଞ୍ଚିଥିଲେ। ଏହା ପରେ ସମସ୍ତେ ମିଶି ଝାଡ଼ୁ ମାରିଲେ।ମେୟର ଗଣମାଧ୍ୟମ […]
ଗଣସଫେଇ ନା ପ୍ରହସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial