ଭିନ୍ନ ଶୈଳୀରେ ‘ଆଦିପୁରୁଷ’କୁ ଆକ୍ଷେପ କଲେ କଙ୍ଗନା

‘ଆଦିପୁରୁଷ’

ମୁମ୍ବାଇ: ଆଦିପୁରୁଷ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବଦେନ ଦାଖଲ କରାଯାଇଛି ବୋଲି ଖବର ରହିଛି। ଏହି ଆବେଦନରେ କୁହାଯାଇଛି କି, ମହର୍ଷୀ ବାଲ୍ମିକୀଙ୍କ ରାମାୟଣ ଓ ତୁଳସୀଦାସଙ୍କ ରାମଚରିତମାନସରେ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ଯେମିତି ପ୍ରଦର୍ଶନ କରାଯାଇଛି, ତା’ଠାରୁ ସଂପୂର୍ଣ୍ଣ ଭିନ୍ନ ଭାବେ ସିନେମାରେ ସମସ୍ତଙ୍କୁ ଚିତ୍ରଣ କରାଯାଇଛି। ଏମିତି କି ଭୁଲ ତଥ୍ୟ ବି ସିନେମାରେ ପ୍ରଦର୍ଶନ କରାଯାଇଛି। ତେବେ ଏସବୁକୁ ନେଇ ‘ଆଦିପୁରୁଷ’ ବିବାଦ ଘେରରେ ଛନ୍ଦି ହୋଇଯାଇଛି। ବିଭିନ୍ନ ଲୋକ ସିନେମାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ରାମାନନ୍ଦ ସାଗରଙ୍କ ‘ରାମାୟଣ’ର ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହରି ବି ସି‌ନେମା ‘ଆଦିପୁରୁଷ’ରେ ଭଗବାନ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିବା ଦେବଦତ୍ତଙ୍କ ସଂଳାପକୁ ପ୍ରଶ୍ନ କରି କହିଛନ୍ତି,‘ ସେ ଯେଭଳି ଭାବେ ଭାଷା ବ୍ୟବହାର କରିଛନ୍ତି। ତାହା ଲଜ୍ଜାଜନକ।’
ଏହି କ୍ରମରେ ସୋସିଆଲ ମିଡିଆରେ ସକ୍ରିୟ ଥାଇ ବିଭିନ୍ନ ପ୍ରସଙ୍ଗ ଉପ‌ରେ ଖୋଲାଖୋଲି ପ୍ରତିକ୍ରିୟା ଦେଉଥିବା ଅଭିନେତ୍ରୀ କଙ୍ଗନା ଭିନ୍ନ ଶୈଳୀରେ ସିନେମା ‘ଆଦିପୁରୁଷ’କୁ ବିରୋଧ କରିଛନ୍ତି। କଙ୍ଗନା ଇନଷ୍ଟାଗ୍ରାମ ଷ୍ଟୋରିରେ ଭଗବାନ ରାମ, ସୀତା, ହନୁମାନ ଓ ଲକ୍ଷ୍ମଣଙ୍କ କିଛି ଫଟୋ ସେୟାର କରି ଲେଖିଛନ୍ତି, ‘ଦେଖ ଏ ଦିୱାନୋ, ତୁମେ ଏହି କାମ କର ନାହିଁ। ରାମଙ୍କ ନାମ ବଦନାମ କର ନାହିଁ.. ବଦନାମ କରନାହିଁ।’ ତେବେ କଙ୍ଗନା ଏସବୁ କାହାକୁ ଆକ୍ଷେପ କରି କହିଛନ୍ତି କିଛି ସୂଚନା ଦେଇ ନଥିବା ବେଳେ ‘ଆଦିପୁରୁଷ’କୁ ‌ସେ ପରୋକ୍ଷ ଭାବେ ଆକ୍ଷେପ କରିଥିବା କଥା ତାଙ୍କ ଫ୍ୟାନ୍ସମାନେ କହିଛନ୍ତି।

Share Now:

Kalinga News Beuro

Next Post

ତେଲେଙ୍ଗାନାରେ ବୁର୍ଖା ବିବାଦ : ଛାତ୍ରୀଙ୍କୁ ପରୀକ୍ଷା ହଲରେ ଅଟକାଗଲା

Sat Jun 17 , 2023
ହାଇଦ୍ରାବାଦ: ଆପଣଙ୍କର ମନେ ଥିବ କର୍ଣ୍ଣାଟକରେ କିଛି ମାସ ତଳେ ହିଜାବ ବିବାଦ ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ତେଲେଙ୍ଗାନାରେ ଏବେ ଏହି ବିବାଦ ଦେଖାଦେଇଛି। ହାଇଦ୍ରାବାଦର ଏକ କଲେଜରେ କିଛି ଛାତ୍ରୀ ବୁର୍ଖା ପିନ୍ଧି ପରୀକ୍ଷା ହଲକୁ ଯାଇଥିବାବେଳେ ସେମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିବାର ଅଭିଯୋଗ ସାମ୍ନାକୁ ଆସିଛି। ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଅଧ ଘଣ୍ଟା ଅପେକ୍ଷା କରିବାକୁ କୁହାଯାଇଥିଲା ଏବଂ […]
ତେଲେଙ୍ଗାନାରେ ଦେଖାଦେଲା ବୁର୍ଖା ବିବାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial