ଅଭିନେତ୍ରୀ ନମ୍ରତା ଦାସ ପାଇବେ ‘ଭୂମିକନ୍ୟା ପୁରସ୍କାର’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ରାଇଜକୁ ଜୀବନବ୍ୟାପୀ ଅବଦାନ ପାଇଁ ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସ ପାଇବେ ‘ଭୂମିକନ୍ୟା ପୁରସ୍କାର’। ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ତାଙ୍କୁ ସମ୍ମାନିତ କରାଯିବ। ଓଡ଼ିଆ ସିନେ ଆର୍ଟିଷ୍ଟ୍‌ସ ଆସୋସିଏସନ୍‌ (ଓସିଏଏ) ପକ୍ଷରୁ ଆସନ୍ତା ୨୬ ତାରିଖରେ ଉତ୍କଳ ମଣ୍ଡପରେ ହେବାକୁ ଯାଉଥିବା ବାର୍ଷିକୋତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ଆଜି ହୋଟେଲ୍‌ ସମ୍ବିତ ରୟାଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଓସିଏଏର ସମ୍ପାଦକ ଶ୍ରୀତମ ଦାସ, ବରିଷ୍ଠ ଅଭିନେତା ସୁରେଶ ମିଶ୍ର, ଅଭିନେତା ଆକାଶ ଦାସନାୟକ ଏହି ସୂଚନା ଦେଇଛନ୍ତି।
ଏହି ଅବସରରେ ସିନେ ଅଭିନେତା ଅଭିନେତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିସହ ବିନୋଦିନୀ ଦେବୀ, କୁଞ୍ଜଲତା ଦାସ, ପ୍ରମୋଦା ଦାସ, ସନ୍ଧ୍ୟା ଦେବୀ, ମୀରା ମହାନ୍ତି, ବାସନ୍ତୀ ପଟ୍ଟନାୟକ, ସୌଦାମିନୀ ପଟ୍ଟନାୟକ, ଶାନ୍ତିଲତା ପାଢ଼ୀ, ବୀଣାପାଣି ସିଂହ, ଜ୍ୟୋତ୍ସ୍ନାମୟୀ ସେନାପତି, ସସ୍ମିତା ସିଂହ, ଲକ୍ଷ୍ମୀପ୍ରିୟା ମିଶ୍ର ଓ ମନୋରମା ମହାନ୍ତିଙ୍କୁ ସଂଘ ପକ୍ଷରୁ କଳାକାର ପେନ୍‌ସନ ପ୍ରଦାନ କରାଯିବ। ୧୯ଟି ନୃତ୍ୟ କାର୍ଯ୍ୟକ୍ରମ ସହ କମେଡି ଛୁଙ୍କ ବି ଉପଭୋଗ କରିବାର ସୁଯୋଗ ମିଳିବ।

Share Now:

Kalinga News Beuro

Leave a Reply

Next Post

୩୧ରୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ, କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ ରହିବ

Thu Jan 16 , 2020
ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହିତ ବେତନ ସଂଶୋଧନ ଓ ଅନ୍ୟାନ୍ୟ ଦାବିକୁ ନେଇ ହୋଇଥିବା ଆଲୋଚନା ବୈଠକ ବିଫଳ ହେବା ପରେ ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫ୍‌ୟୁ) ପକ୍ଷରୁ ଚଳିତ ମାସ ୩୧ରୁ ଦୁଇ ଦିନିଆ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମଘଟର ଦ୍ଵିତୀୟ ଦିନଟି ହେଉଛି ଫେବ୍ରୁଆରି ୧। ସେହିଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଯଦି […]

ଆହୁରି ପଢ଼ନ୍ତୁ

Most Read

Social media & sharing icons powered by UltimatelySocial