ଜିଲ୍ଲା ପରିଷଦ ସଭ୍ୟାଙ୍କ ଘର ନିକଟରୁ ବୋମା ଜବତ

ଧଉଳି: ଧଉଳି ଥାନା ଅଧୀନ ୨୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟଙ୍କ ବାସ ଭବନ ନିକଟରୁ ମଙ୍ଗଳବାର ଅପରାହ୍ଣରେ ଏକ ଅଫୁଟା ବୋମା ଜବତ ହୋଇଛି। ଏହା ଜାଣିବା ପରେ ତାଙ୍କ ସ୍ୱାମୀ ସୁବାସ ସୁନ୍ଦରାୟ ଧଉଳି ଥାନା ଓ ଜୋନ୍‌ର ଏସିପିଙ୍କୁ ଜଣାଇଥିଲେ। ଖବର ପାଇ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାଟିକୁ ଜବତ କରିଥିଲେ। ଏ ସଂପର୍କରେ ଶ୍ରୀ ସୁନ୍ଦରାୟ ମଧ୍ୟ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧଉଳି ଥାନା କେସ୍‌ ନମ୍ବର ୫୯ ରେ ଏ ନେଇ ଏକ ମାମଲା ରୁଜୁ ହୋଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅଭିଯୋଗ ଅନୁଯାୟୀ ସୁବାସ କିଛିଦିନ ହେଲା ଦେଶ ବାହାରକୁ ଯାଇଥିଲେ। ମଙ୍ଗଳବାର ଘରକୁ ଫେରିଥିଲେ। ତାଙ୍କ ନିର୍ମାଣାଧୀନ ଘର ନିକଟ ବଗିଚା ପରିସରର ଏକ ସପେଟା ଗଛ ମୂଳରେ ପଡ଼ିଥିବା ବୋମାଟିକୁ ପ୍ରଥମେ ତାଙ୍କର ଘର ଜଗୁଆଳି ଓ ଏଠାକୁ ଖେଳିବାକୁ ଆସୁଥିବା ପିଲାମାନେ ଦେଖି ତାଙ୍କୁ ଜଣାଇଥିଲେ। ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିଙ୍କ ସହିତ ତାଙ୍କର ବିବାଦ ରହିଛି। ପୂର୍ବରୁ ତାଙ୍କୁ ଧମକ ବି ମିଳିଥିଲା। ବିରୋଧୀ ଗୋଷ୍ଠୀ ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ଶ୍ରୀ ସୁନ୍ଦରାୟ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

୧୬ରୁ ବିଜେଡିର ମହାନଦୀ ଆନ୍ଦୋଳନ

Thu May 3 , 2018
ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ,୧୫ ଜିଲ୍ଲା ବୁଲିବେ, ପଥପ୍ରାନ୍ତ ସଭା ଭୁବନେଶ୍ୱର: ମହାନଦୀ ପ୍ରତି ଦେଖାଦେଇଥିବା ମହାବିପଦକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେଡି ପୁଣି ଏକ ବଡ଼ ଧରଣର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବାକୁ ଘୋଷଣା କରିଛି। ତିନି ତିନିଟି ପ୍ରସ୍ତୁତି ବୈଠକ ପରେ ଦଳୀୟ ନେତାମାନେ ଆଜି ସୂଚାଇଛନ୍ତି, ଆସନ୍ତା ୧୬ତାରିଖରୁ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀର ଓଡ଼ିଶା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial