ସକ୍ରିୟ ହେଲା ଲଘୁଚାପ : ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା

ସକ୍ରିୟ ହେଲା ଲଘୁଚାପ

ଭୁବନେଶ୍ୱର : ସକ୍ରିୟ ହେଲା ଲଘୁଚାପ। ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ସକ୍ରିୟ ହୋଇଥିବାରୁ ଆଜିଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ଆଜିଠାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବା ସହ ଆଗାମୀ ୫ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୫ଦିନ ଯାଏ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୁଆପଡ଼ା, ନୟାଗଡ଼ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅକ୍ଟେବର ୧ରୁ ୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଢ଼େଙ୍କାନାଳ, କଟକ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ସୋନପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ ଓ ଦେଓଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ପାଣି ଜମିବା ଓ ମାଟି ଘର ଭାଙ୍ଗିବାର ଆଶଙ୍କା ରହିଛି। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

Share Now:

Kalinga News Beuro

Next Post

ହାଟରେ ପଡ଼ିଲା ସଟର୍‌ : ଅନିର୍ଦ୍ଦିଷ୍ଟ କାଳ ପାଇଁ ୟୁନିଟ୍‌-୧ ହାଟ ବନ୍ଦ

Sat Sep 30 , 2023
ଉଭୟ ଗ୍ରାହକ ଓ ବ୍ୟବସାୟୀ ହତାଶ ଭୁବନେଶ୍ୱର: ଭେଣ୍ଡିଂ ଜୋନ୍‌ ଓ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ୟୁନିଟ୍‌-୧ ହାଟ) ବିବାଦ ଉଗ୍ରରୂପ ନେଇଛି। ଭେଣ୍ଡିଂ ଜୋନ୍‌ ବ୍ୟବସାୟୀମାନେ ମାଡ଼ି ବସିଥିବା ଅଞ୍ଚଳ ଉଚ୍ଛେଦ ଦାବିରେ ୟୁନିଟ୍‌-୧ ହାଟକୁ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛି। ବ୍ୟବସାୟୀମାନେ ପୂର୍ବାହ୍ନରେ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା‌ ଦେବା ସହ ୟୁନିଟ୍‌-୧ ହାଟ ସମ୍ମୁଖରେ […]
ଅନିର୍ଦ୍ଦିଷ୍ଟ କାଳ ପାଇଁ ୟୁନିଟ୍‌-୧ ହାଟ ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial