ଗଣସଫେଇ ନାଁରେ ପ୍ରହସନ କରୁଛନ୍ତି ମେୟର ଓ ନିର୍ବାଚିତ ପ୍ରତିନିଧି

ଗଣସଫେଇ ନା ପ୍ରହସନ

ଭୁବନେଶ୍ବର: ଆବର୍ଜନାରେ ଉବୁଟୁବୁ ରାଜଧାନୀର ଅବସ୍ଥାକୁ ଦେଖି ଆଜି ନିର୍ବାଚିତ ଜନପ୍ରତିନିଧି ଓ ବିଏମ୍‌ସି କର୍ମଚାରୀମାନେ ଗଣ ସଫେଇ କରିଛନ୍ତି। ୩୦ରୁ ଊର୍ଦ୍ଧ୍ବ କର୍ପୋରେଟରଙ୍କ ସମେତ ମେୟର ସୁଲୋଚନା ଦାସ, ଅତିରିକ୍ତ କମିସନର ଝାଡ଼ୁ ଧରି ଖଣ୍ଡଗିରି ଟୁରିଷ୍ଟ ବସ୍‌ଷ୍ଟାଣ୍ଡ୍‌କୁ ସଫା କରିଛନ୍ତି। ସକାଳ ପ୍ରାୟ ସାଢ଼େ ୬ଟାରେ ବିଏମ୍‌ସି କର୍ମଚାରୀମାନେ ପହଞ୍ଚିଥିଲେ। ପରେ ମେୟର୍‌ ଓ କର୍ପୋରେଟରମାନେ ପହଞ୍ଚିଥିଲେ। ଏହା ପରେ ସମସ୍ତେ ମିଶି ଝାଡ଼ୁ ମାରିଲେ।
ମେୟର ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବା ପରେ ଫଟୋ ସେସନ୍‌ ଓ ଜଳଖିଆ ପର୍ବ ଆରମ୍ଭ ହୋଇଥିଲା। ଏତିକିରେ ସରିଯାଇଥିଲା ଗଣ ଫେଇ କାର୍ଯ୍ୟକ୍ରମ। କେବଳ ଲୋକଦେଖାଣିଆ ଭାବରେ କେତେକ ଆବର୍ଜନାକୁ ସେଠାରୁ ଉଠାଇ ନିଆଯାଇଥିବା ବେଳେ ସବୁ ଆବର୍ଜନା ସେମିତି ସେଠାରେ ପଡ଼ି ରହିଥିଲା। ପର୍ଯ୍ୟଟକମାନଙ୍କ ପାଇଁ ନିର୍ମିତ ସିମେଣ୍ଟ ଚେୟାର୍‌ ପଛ ପଟେ ଆବର୍ଜନା ଗଦା ହୋଇଥିଲା। ବିଶ୍ରାମାଗାର ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତା କଡ଼ରେ ମଧ୍ୟ ଆବର୍ଜନା ପଡ଼ିଥିଲା। ସଫେଇ କରିବାକୁ ଯଦି ଏତେ ଆନ୍ତରିକତା ଥାଆନ୍ତା ତେବେ ଭୁବନେଶ୍ୱରର ଚିତ୍ର କିଛି ଅଲଗା ହୋଇଥାନ୍ତା। ସଫେଇ ସମୟର ଚିତ୍ର ଓ ସଫେଇ ପରର ଚିତ୍ର ଦେଖିଲେ ଏହି ଗଣ ସଫେଇ ଏକ ପ୍ରହସନ ଭଳି ଅନୁମେୟ ହେଉଥିଲା।

Share Now:

Kalinga News Beuro

Next Post

ବଡ଼ଗାଁ ବନାଞ୍ଚଳରେ ମାତିଛି ଗୋଠଛଡା ଦନ୍ତା

Mon Aug 29 , 2022
ପତ୍ନୀକୁ କଚାଡ଼ି ମାରିଲା, ମୃତ୍ୟୁ ଦେଖି ସ୍ବାମୀ ଅଚେତ ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଞ୍ଚଳରେ ଏକ ଗୋଠଛଡା ଦନ୍ତା ମାତିଛି। ରାତିରେ ଗାଁକୁ ପଶି ଘର ଭାଙ୍ଗି ଧାନ, ଚାଉଳ ଖାଇବା ସହ ଜମିରେ ପଶି ଚାଷ ନଷ୍ଟ କରିଚାଲିଛି। ଘଟଣାକ୍ରମେ, ରବିବାର ରାତିରେ ଜରଙ୍ଗଲୋଇ ନିକଟ ଝାରମୁଣ୍ଡାରେ ହାତୀ ପଶି ରାମଚନ୍ଦ୍ର ନାଏକଙ୍କ ଘର ଭାଙ୍ଗି ତାଙ୍କ ପତ୍ନୀ କସ୍ତୁରୀ ନାଏକ (୩୫)ଙ୍କୁ ମାରି ଦେଇଛି। ସମସ୍ତେ […]
ମାତିଛି ଗୋଠଛଡା ଦନ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial