ଡକାୟତି ଯୋଜନା କରି ମହିଳାଙ୍କ ସମେତ ୬ ଜଣ ଗିରଫ : ଗାଡ଼ି ଓ ଟଙ୍କା ସହ ଆପତ୍ତିଜନକ ସାମଗ୍ରୀ ଜବତ

ମହିଳାଙ୍କ ସମେତ ୬ ଜଣ

ପୁରୀ: ମଧ୍ୟ ରାତ୍ରିରେ ଡକାୟତି ପାଇଁ ‌ଯୋଜନା କରୁଥିବା ବେଳେ ପୁରୀ ଜିଲ୍ଲା ବାସେଳିସାହି ଥାନା ପୁଲିସ ଅତର୍କିତ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ୫ ଜଣ ପୁରୁଷ ଓ ଜଣେ ମହିଳା ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ମୋବାଇଲ୍‌, ଗାଡ଼ି ଓ ଟଙ୍କା ସହିତ କିଛି ଆପତ୍ତିଜନକ ଜିନିଷ ଜବତ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ (ବୟସ ଯଥାକ୍ରମେ ୨୩, ୨୭ ଓ ୨୧) ପୁରୀ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୨ ଜଣ (ଯଥାକ୍ରମେ ୨୨ ଓ ୨୮) ଗଞ୍ଜାମ ଜିଲ୍ଲା ନିବାସୀ। ପୁଲିସ ମହିଳା (୨୩ ବର୍ଷ) ଅଭିଯୁକ୍ତଙ୍କ ବିଷୟରେ କିଛି କହିନାହିଁ।
ପୁଲିସ କହିଛି, ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବାସେଳିସାହି ଥାନା ଅନ୍ତର୍ଗତ ପାଇକସାହିରେ ବୁଧବାର ରାତିରେ ଅତର୍କିତ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜଣେ ମହିଳା ସମେତ ୬ ଜଣ ଅଭିଯୁକ୍ତ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ କିଛି ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ୍‌, ଯୌନ ଉଦ୍ଦୀପକ ଔଷଧ, ଏକ କାର୍‌ (ଓଡ଼ି୦୨ପି-୯୬୯୩), ବାଇକ୍‌ ଓଡି୧୩ଆର-୬୦୦୪, ଓଡି୦୨ଏଏସ୍‌-୫୧୪୯, ଓଡି୧୩ଆର୍‌-୪୩୫୭ ଓ ଓଆର୦୭ଏସ୍‌-୭୩୭୭, ନଗଦ ୫ ହଜାର ଟଙ୍କା ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଛି।

Share Now:

Kalinga News Beuro

Next Post

କେବେ ଦୂର ହେବ ରାଜଧାନୀର ଟ୍ରାଫିକ୍‌ ସମସ୍ୟା ? କାମ ଦେଉନି କି ମାଷ୍ଟରପ୍ଲାନ୍‌?

Thu Oct 27 , 2022
ଭୁବନେଶ୍ବର: ଦୂର ହେବ ରାଜଧାନୀର ଟ୍ରାଫିକ୍‌ ସମସ୍ୟା। ଟ୍ରାଫିକ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ କରାଯିବ। ବ୍ୟବସ୍ଥାରେ ଉନ୍ନତି ଅଣାଯିବ। ବିଶେଷକରି ଅତ୍ୟଧିକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ଛକଗୁଡ଼ିକର ରୂପରେଖ ବଦଳିବ। ଏମିତି କେତେ କ’ଣ ସ୍ବପ୍ନ ଦେଖାଇଲେ। ରାଜଧାନୀର ଟ୍ରାଫିକ୍‌ ସ୍ଥିତି ଅସମ୍ଭାଳ ‌ହେବାରୁ ଅଗଷ୍ଟ ୧୦ ତାରିଖ ଭୋର୍‌ରୁ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ରାଜଧାନୀର ଗୁରୁତ୍ବପୂର୍ଣ୍ଣ ଛକଗୁଡ଼ିକୁ ବୁଲି ସ୍ଥିତି ସମୀକ୍ଷା କଲେ। ଟ୍ରାଫିକ୍‌ ଛକଗୁଡ଼ିକର […]
ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial