ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍ର ପର୍ଦ୍ଦାଫାସ ହୋଇଛି। ଏକ ସ୍କର୍ପିଓ କାର୍ ଭିତରେ ଚୋରା ବନ୍ଧୁକ କାରବାରର ଡିଲ୍ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଏହି ଡିଲ୍ର ପର୍ଦ୍ଦାଫାସ କରିଛି। ଗତକାଲି ସନ୍ଧ୍ୟାରେ କଳ୍ପନା ଛକ ନିକଟରେ କ୍ରାଇମ୍ବ୍ରାଞ୍ଚର ଏସଟିଏଫ ଟିମ୍ ହାତରେ ଧରାପଡ଼ିଥିଲା ଏହି ଚୋରା ବନ୍ଧୁକ କାରବାରର ଡିଲ୍। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କର ଜଣେ ମହିଳା ସହଯୋଗୀଙ୍କୁ ଅଟକ ରଖାଯାଇଛି। ଗିରଫ ଦ୍ୱୟ ହେଲେ- କେନ୍ଦ୍ରାପଡ଼ାର ରାଜେନ୍ଦ୍ର ସାହୁ ଏବଂ ଗୌରାଙ୍ଗ ଜେନା। ସେହିପରି ଅଟକ ମହିଳାଙ୍କ ଘର ନିମାପଡ଼ାରେ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ନିକଟରୁ ବନ୍ଧୁକ ସହ ୪ ରାଉଣ୍ଡ ଗୁଳି,ମାରଣାସ୍ତ୍ର ଓ କାର୍ ଜବତ କରାଯାଇଛି। ବଡ଼ଗଡ଼ ଥାନାରେ ଆମର୍ସ ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି। ଚୋରା ବନ୍ଧୁକ ଡିଲ୍ ନା ଏହା ପଛରେ ଆଉ କଣ ରହିଛି, ସେନେଇ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଜାରି ରଖିଛି।
ରାଜଧାନୀରେ ଚୋରା ବନ୍ଧୁକ ଡିଲ୍ର ପର୍ଦ୍ଦାଫାସ

Share Now: