ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଣ୍ଟର: ଜଣେ ମହିଳା ମାଓବାଦୀ ମୃତ

ଓଡ଼ିଶା-ଛତିଶଗଡ଼ ସୀମାରେ ଏନକାଉଣ୍ଟର

ମାଲକାନଗିରି : ମାଲକାନଗିରିର ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ନକ୍ସଲ ଗୁଳିବିନିମୟରେ ଜଣେ ମହିଳା ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଦନ୍ତେଵାଡା ଜିଲ୍ଲା ପୁଲିସ,ଡିଆରଜି ଯବାନ ଗୁମଲନାର ଜଙ୍ଗଲରେ ଚଡାଉ କରିଥିଲେ। ଏଠାରେ ପୂର୍ବରୁ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ। ପୁଲିସକୁ ଦେଖି ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ନିଜକୁ ସୁରକ୍ଷିତ କରି ପାଲଟା ଜବାବ ଦେଇଥିଲେ।ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳିବିନିମୟରେ ଯବାନଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଜଣେ ମହିଳା ମାଓବାଦୀର ଶବକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଏଥିସହ ବିପୁଳ ପରିମାଣରେ ମାଓ ବିସ୍ଫୋରକ,ବନ୍ଧୁକ ସମେତ ଦୈନନ୍ଦୀନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ମୃତ ମହିଳା ମାଓବାଦୀର ଶବ ଚିହ୍ନଟ କରାଯାଇଛି। ସେ ହେଉଛି ପାୟୋକେ ବେକ୍। ପାୟୋକେ ନାମରେ ସରକାର ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ଘଟଣାସ୍ଥଳର ପରିବେଶକୁ ଲକ୍ଷ୍ୟ କଲେ ବହୁ ନକ୍ସଲ ମୃତାହତ ହୋଇଥିବା ଜଣାପଡୁଥିବା ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ସାନିଟାଇଜର୍‌ ନାଁରେ ବିକୁଛନ୍ତି ବିଷ : ଚର୍ମରୋଗର ଶିକାର ହେଉଛନ୍ତି ଲୋକେ

Mon May 31 , 2021
ଭୁବନେଶ୍ବର : ରାଜଧାନୀ ରାସ୍ତାକଡ଼ରେ ସାନିଟାଇଜର୍‌ ନାଁରେ ବିକ୍ରି ହେଉଛି ବିଷ। ଶସ୍ତା ସାନିଟାଇଜର୍‌ କିଣି ଲୋକେ ଚର୍ମରୋଗର ଶିକାର ହେଉଛନ୍ତି। ରାସ୍ତାରେ କମ୍‌ ଦାମରେ ବିକ୍ରି ହେଉଥିବା ଏଭଳି ଏକ ସାନିଟାଇଜର୍ ବ୍ୟବହାର କରି ମଞ୍ଚେଶ୍ବର ଅଞ୍ଚଳର ଜଣେ ଯୁବକ ଚର୍ମରୋଗର ଶିକାର ହୋଇଛନ୍ତି। ତେବେ ଏହା କେବଳ ଗୋଟିଏ ମାତ୍ର ଉଦାହରଣ, ଏମିତି ଆଉ ଅନେକ ଲୋକ ଏମିତି ନକଲି ତଥା ଶସ୍ତା ସାନିଟାଇଜର୍‌ କିଣି ହୀନସ୍ତା […]
ସାନିଟାଇଜର୍‌ ନାଁରେ ବିକୁଛନ୍ତି ବିଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial