ମାଲକାନଗିରିରୁ ୯୪୦ କିଲୋ ଗଞ୍ଜେଇ ଜବତ : ୩ ଗିରଫ

୯୪୦ କିଲୋ ଗଂଜେଇ ଜବତ

ମାଲକାନଗିରି: ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ଏଥିସହ କାର, ବାଇକ୍‌ ମଧ୍ୟ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏସଆଇ କେ.ସାଙ୍ଗନାଙ୍କ ନେତୃତ୍ବରେ ଏକ ଟିମ ସିଖପାଲି ନିକଟସ୍ଥ ସିଙ୍ଗରାଜ ଖୁଣ୍ଟା ନିକଟରେ ଦ୍ରୁତଗତିରେ ଏକ କାର ଯାଉଥିବା ଦେଖିବାକୁ ପାଇଥିଲେ। ସେମାନେ କାରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ୩୨ଟି ବ୍ୟାଗ ରହିଥିବା ଜାଣିବାକୁ ପାଇଥିଲେ। ମାଲକାନଗିରି ପୁଲିସ ପରେ ଗଞ୍ଜେଇ ବସ୍ତାକୁ ଥାନାକୁ ଆଣି ଓଜନ କରିବା ପରେ ସେଥିରେ ୯୪୦ କିଲୋ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ। ଗଞ୍ଜେଇ ଚାଲାଣ କରୁଥିବା ତିନି ଜଣ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନେ ହେଲେ ତେଲେଙ୍ଗାନା ଅଞ୍ଚଳର ଆର.ଶ୍ରୀନିବାସ, କାଲିମେଳାର ମୁନ୍ନା ବାଲାରାଲ ଏବଂ ଏମଭି-୮୦ ଗ୍ରାମର ଦେବେନ୍ଦ୍ର ଟିକାଦାର। ଏମାନଙ୍କ ଠାରୁ ପୁଲିସ ଦୁଇଟି ମଟର ସାଇକେଲ, ଗୋଟିଏ ହୋଣ୍ଡା କାର, ୩ଟି ମୋବାଇଲ ଏବଂ ୨୫୦୦ ଟଙ୍କା ନଗଦ ଜବତ କରିଛି। ସମସ୍ତ ଆସାମୀକୁ ଆଜି କୋର୍ଚ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି। ଲଗାତାର ମାଲକାନଗିରି ଜିଲ୍ଲା ପୁଲିସର ଚଢାଉରେ କୌଣସି ନା କୌଣସି ଥାନାରେ ଗଞ୍ଜେଇ ଜବତ କରାଯିବା ସହ ଆସାମୀମାନଙ୍କୁ ଗିରଫ କରାଯାଇଛି। ଆଗାମୀ ଦିନରେ ମଧ୍ୟଏହି ଚଡାଉ ଜାରି ରହିବ ବୋଲି ଆଇଆଇସି ଶ୍ରୀ କିଣ୍ଡୋ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ପ୍ରଫେଟ୍ ବୟାନ ବିବାଦ ଯୋଗୁଁ ଚାପରେ ବାଂଲାଦେଶ ସରକାର

Sat Jun 11 , 2022
ଢାକା : ପ୍ରଫେଟ ବୟାନ ବିବାଦକୁ ନେଇ ଭାରତରେ ହିଂସାକାଣ୍ଡ ଚାଲିଥିବାବେଳେ ତାହାର କମ୍ପନ ବାଂଲାଦେଶ ପର୍ଯ୍ୟନ୍ତ ପହଞ୍ଚିଛି। ଲୋକମାନେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ସରକାର ଚାପରେ ପଡ଼ିଯାଇଛନ୍ତି। ଶାସକ ଆଓ୍ବାମୀ ଲିଗର ଜଣେ ନେତା ଖାନଦାକାର ଗୁଲାମ ମୌଲା ନକସବନ୍ଦୀ କହିଛନ୍ତି ଯେ ଭାରତ ହୋଇଥିବା ଘଟଣା ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବାସତ୍ତ୍ବେ ତାହାର ପ୍ରଭାବ ବାଂଲାଦେଶ ଉପରେ ପଡ଼ୁଛି। ବିଭିନ୍ନ ବିଭେଦକାରୀ ଶକ୍ତିମାନେ ଏହାର […]
ଚାପରେ ବାଂଲାଦେଶ ସରକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial