ଭୁବନେଶ୍ୱର: କମିସନରେଟ ପୁଲିସ ଅନ୍ତର୍ଗତ ପାହାଳ ଥାନା ସାମ୍ନାରେ ନହରକଣ୍ଟା ଗ୍ରାମବାସୀ ଧାରଣା ଦେଇଛନ୍ତି। ଗତମାସ ୨୭ ତାରିଖ ଦିନ ନହରକଣ୍ଟା ଗ୍ରାମର ଯୁବକ ତୋଫାନ ସାମଲଙ୍କ ମୃତଦେହ ଗ୍ରାମ ନିକଟ କୁଆଖାଇ ନଦୀରୁ ମିଳିଥିଲା। ହେଲେ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ଅଭିଯୋଗ ପୁଲିସ କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ସ୍ଥାନୀୟ ଲୋକ ପ୍ରତିନଧି ଏବଂ ପୁଲିସ ଏହି ହତ୍ୟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଜଣାଇଛନ୍ତି।
ସୂଚନାଯୋଗ୍ୟ, ପାହାଳ ଥାନା ଅଞ୍ଚଳ ଦେଇ ପ୍ରବାହିତ କୁଆଖାଇ ନଦୀରୁ ଗତ ଡିସେମ୍ବର ୨୭ ତାରିଖ ଦିନ ତୋଫାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ନହରକଣ୍ଟାସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ଦେଇ ପ୍ରବାହିତ କୁଆଖାଇ ନଦୀରେ ତୋଫାନଙ୍କର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ରାଜଧାନୀ ଚିକିତ୍ସାଳୟ ପଠାଇଥିଲା।
ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ଥାନା ସାମ୍ନାରେ ଧାରଣା ଦେଲେ ଗ୍ରାମବାସୀ

Share Now: