ମାନବିକତା ଦେଖାଇଲେ କିନ୍ନର : ଦେବଦୂତ ସାଜି ମହିଳାଙ୍କ ଡେଲିଭରି କରାଇଲେ କିନ୍ନର

ଜନ୍ମ ହେଲା ସୁସ୍ଥ ଶିଶୁପୁତ୍ର

ହାଓଡ଼ା: ଅନେକ ସମୟରେ ଆପଣ କିନ୍ନରମାନଙ୍କୁ ଦେଖିଥିବେ। ସେମାନଙ୍କୁ ଦେଖି ଅନେକ ମୁହଁ ଫେରାଇ ନେଉଥିବାବେଳେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ଆପଣଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇଦେବ। ମାନବିକତାର ଏମିତି ଏକ ଉଦାହରଣ ବଖାଣିବୁ ଯାହା ଜାଣିବା ପରେ ଆପଣ କହିବେ ମଣିଷପଣିଆ ଏବେ ବି ବଞ୍ଚିରହିଛି। ଟ୍ରେନରେ ଯାଉଥିବାବେଳେ ଗର୍ଭଯନ୍ତ୍ରଣାରେ ଯେତେବେଳେ ଜଣେ ଗର୍ଭବତୀ ଛଟପଟ ହେଉଥିଲେ ସେତେବେଳେ ତାଙ୍କର ଡେଲିଭରି କରାଇ ତାଙ୍କୁ ମାତୃତ୍ୱର ନୂଆ ପରିଚୟ ଦେଇଛନ୍ତି ଏମିତି କିଛି କିନ୍ନର। ଘଟଣାଟି ହାଓଡା-ପାଟନା ଜନଶତାବ୍ଦୀ ଏକ୍ସପ୍ରେସରେ ଘଟିଥିଲା। ଆଉ ଚଳନ୍ତା ଟ୍ରେନରେ କିନ୍ନରମାନଙ୍କ ଏହି ସହଯୋଗ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ବିହାରର ଶେଖପୁରା ଜିଲ୍ଲାର ଜଣେ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀଙ୍କ ସହ ହାଓଡା-ପାଟନା ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ଲଖିସରାଇ ଯାଉଥିଲେ। ଟ୍ରେନ୍ ଜସିଡିହ ରେଳଷ୍ଟେସନ ଅତିକ୍ରମ କରିବାର କିଛି ସମୟ ପରେ ମହିଳା ଜଣକ ପ୍ରସବ ବେଦନା ଅନୁଭବ କରିଥିଲେ। ଧୀରେ ଧୀରେ ଯନ୍ତ୍ରଣା ବଢିବାକୁ ଲାଗିଥିଲା ଓ ଯନ୍ତ୍ରଣା ହେତୁ ମହିଳା ଚିତ୍କାର କରିବାକୁ ଲାଗିଲେ। ପତ୍ନୀଙ୍କ ଅବସ୍ଥା ଖରାପ ହୋଇଥିବାର ଦେଖି ସ୍ୱାମୀ କୋଚରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କଠାରୁ ସାହାଯ୍ୟ ଲୋଡିଥିଲେ।
କିନ୍ତୁ କୋଚରେ ଉପସ୍ଥିତ ଥିବା ଅନ୍ୟ ମହିଳାମାନେ ତାଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ। ଧୀରେ ଧୀରେ ମହିଳାଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା ଓ ସେ ଯନ୍ତ୍ରଣାରେ କାନ୍ଦିପକାଇଥିଲେ। ତେବେ କିଛି ସମୟ ପରେ ଏକ କିନ୍ନର ଗୋଷ୍ଠୀ ସେହି କୋଚରେ ଟଙ୍କା ମାଗିବାକୁ ପହଞ୍ଚିଥିଲେ। ଟ୍ରେନରେ ମହିଳାଙ୍କର ଏଭଳି ଅବସ୍ଥା କିନ୍ନରମାନଙ୍କ ନଜରରେ ପଡିବା ମାତ୍ରେ ସେମାନେ ତୁରନ୍ତ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଥିଲେ। ସେମାନେ ମହିଳାଙ୍କୁ ଉଠାଇ ଟ୍ରେନର ଶୌଚାଳୟ ନିକଟକୁ ନେଇଯାଇଥିଲେ। ଯେଉଁଠାରେ ମହିଳାଙ୍କୁ କିଛି ସମୟ ମଧ୍ୟରେ ପ୍ରସବ କରାଯାଇଥିଲା। ମହିଳାଙ୍କର ଏକ ସୁସ୍ଥ ଶିଶୁପୁତ୍ର ଜନ୍ମ ହୋଇଥିଲା। ଶିଶୁଟି ସୁସ୍ଥ ଥିବାର ଜଣାପଡିବାପରେ କିନ୍ନରମାନଙ୍କ ଆଖିରୁ ଲୁହ ଝରିପଡିଥିଲା। ମହିଳାଙ୍କ ପ୍ରସବ ପରେ କିନ୍ନରମାନେ ମହିଳା ଏବଂ ତାଙ୍କ ପୁଅକୁ ଆଶୀର୍ବାଦ କରି ଚାଲିଯାଇଥିଲେ। କିଛି ସମୟ ପରେ କିନ୍ନରମାନେ ରେଳ ଷ୍ଟେସନରେ ଓହ୍ଲାଇ ଚାଲିଯାଇଥିଲେ ସତ ସେମାନଙ୍କ ମଣିଷପଣିଆକୁ ନେଇ ଏବେ ସବୁଠି ଆଲୋଚନା ଜୋର ଧରିଛି।

Share Now:

Kalinga News Beuro

Next Post

ସୁନ୍ଦରଗଡ଼ରେ ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ବେଳେ ଉତ୍ତେଜନା : ପୂର୍ବତନ ବିଧାୟକ ଓ ଅଧିକାରୀ ମୁହାଁମୁହିଁ

Tue Jan 17 , 2023
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ବେଳେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଖବର ମିଳିଛି। ହକି ବିଶ୍ୱକପ୍‌ ଟ୍ରଫି ସୁନ୍ଦରଗଡ଼ ସହର ପରିକ୍ରମା କରିବାବେଳେ ପୂର୍ବତନ ବିଧାୟକ ଯୋଗେଶ ସିଂହ ଓ ତାଙ୍କ ସମର୍ଥକଙ୍କ ସହିତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। କଥା କଟାକଟିର ଠେଲାପେଲା ହେବାର ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ସୂଚନା […]
ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ବେଳେ ଉତ୍ତେଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial